ଆମ କଳାକାର ପରିବାରର ବାର୍ଷିକ ଉତ୍ସବ ପାଳିତ

(ରିପୋର୍ଟସ ଟୁଡ଼େ): “ଆମ କଳାକାର ପରିବାରର ବାର୍ଷିକ ଉତ୍ସବ’’ ଆସନ୍ତାକାଲି ରେଡ଼କ୍ରସ ଭବନର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଊକ୍ତ ଉତ୍ସବକରେ ଭୁବନେଶ୍ୱରର ମେୟର ଅନନ୍ତ ନାରାୟଣ ଜେନା, କମିଶନରେଟ ପୋଲିସ ଯତୀନ ପଣ୍ଡା ଚଳଚ୍ଚିତ୍ର ତଥା ଯାତ୍ରା ଜଗତର ବିଶିଷ୍ଟ ଅଭିନେତା ରାଇମୋହନ ପରିଡ଼ା ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ବନ୍ୟା ପ୍ରଭାବିତ ଲୋକମାନଙ୍କ ସାହାର୍ଯ୍ୟ ପାଇଁ ମୁଖ୍ୟ ମନ୍ତ୍ରୀ ସହାୟତା ପାଣ୍ଠିକୁ ଆମ କଳାକାର ପରିବାର ଓ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ୍ ମିଳିତ ଉଦ୍ୟମରେ ୧ ଲକ୍ଷ୍ୟ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଆମ କଳାକାର ପରିବାର ତରଫରୁ ଦୁର୍ଘଟଣା ଜନିତ ଚିକିତ୍ସା ପାଇଁ ସଞ୍ଜିବ କୁମାର ପ୍ରଧାନ ଓ ରବିନ୍ଦ୍ର କୁମାର ଦାସଙ୍କୁ ପ୍ରତ୍ୟେକ ୧୦ ହଜାର ଲେଖାଏଁ ଅତିରାଶି ପ୍ରଦାନ କରାଯାଇଥିଲା । ସେହିପରି କିଡ଼ନୀ ରୋଗରେ ଚିକିତ୍ସିତ ଥିବା ଗୌରାଙ୍ଗ ସୁତାରଙ୍କୁ ୩୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆମ କଳାକାର ପରିବାରର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଓ ପରିଚାଳନା ବିଷୟରେ ଆଲୋଚନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଆମ କଳାକାର ପରିବାରର ସଭାପତି କୈଳାସ ଚନ୍ଦ୍ର ସେନାପତି, ଉପ ସଭାପତି ଅଂଶୁମାନ ନାୟକ, ସମ୍ପାଦକ ଚିତ୍ତାଞ୍ଜନ ପ୍ରଧାନ,ସହ ସମ୍ପାଦକ ସମୀର ରଞ୍ଜନ ପ୍ରଧାନ ଏବଂ ବରିଷ୍ଠ ଉପଦେଷ୍ଟା ସମେତ ଅନ୍ୟାନ୍ୟ କର୍ମକର୍ତ୍ତ ପ୍ରମୁଖ ଉପସ୍ଥ୍ିତ ଥିଲେ ।