କେସିଙ୍ଗା ଦୁଇ ଦିନ ସଟଡାଉନ୍

(ରିପୋର୍ଟରସ ଟୁଡେ,କଳାହାଣ୍ଡି): କଳାହାଣ୍ଡି ଜିଲ୍ଳା କେସିଙ୍ଗା ସହର ଆଜି ଠାରୁ ଦୁଇ ଦିନ ସଟଡାଉନ ନେଇ ଘୋଷଣା କରାଯାଇଛି । କେସିଙ୍ଗା ସହର ଆଜି ଏବଂ କାଲି ସଟଡାଉନ୍ ହେବା ନେଇ ଘୋଷଣା ହୋଇଛି । ଏହି ସମୟରେ କେସିଙ୍ଗା ସହରର ସବୁ ୱାର୍ଡରେ ସ୍କ୍ରିନିଂ କରାଯିବ । ତେବେ ଏଥିପାଇଁ ୯୬ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ବୋଲି ସୁଚନା ରହିଛି । ସଟଡାଉନ ସମୟରେ ସମସ୍ତ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଲୋକ ମାନେ ହିଁ ଯାତାୟା୍ତ କରିପାରିବେ । ତେବେ କଳାହାଣ୍ଡି ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ଏପରି ନିଷ୍ପତି ନିଆଯାଇଛି ।
ସୁଚନା ଥାଉ କି, ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୮୭ ରହିଛି । ସେଥିମଧ୍ୟରୁ ୨୫୩ ଚିକିତ୍ସାଧିନ ଅବସ୍ଥାରେ ଥିବା ବେଳେ ୨୩୨ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର ମୃତ୍ୟୁ ହୋଇଛି ।