(ସଂଜୁକ୍ତା ବେହେରା) : ଫ୍ରାନସ ସରକାରଙ୍କ ହୋଇଥିବା ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତି ନିଷ୍ପତ୍ତି ସଂକ୍ରାନ୍ତ ସବିଶେଷ ତଥ୍ୟ ପ୍ରାଦନ କରିବା ପାଇଁ ଆଜି କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଆକ୍ଟୋବର ୨୯ ସୁଦ୍ଧା ଏହି ତଥ୍ୟ ଦାଖଲ କରିବାକୁ କୋର୍ଟ କହିଛନ୍ତି । ତେବେ ରାଫେଲ ମୂଲ୍୍ୟ ଏବଂ ବୈଷୟିକ ବୈଶିଷ୍ଟ୍ୟ ନେଇ କୌଣସି ସୂଚନା ସରକାରଙ୍କୁ ଦେବାକୁ ପଡିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇଙ୍କ ତତ୍ତ୍ୱାବଧାନରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଏ ବାବଦରେ ଦୁର୍ନୀତି ଅଭିଯୋଗ ଆଣି କୋର୍ଟରେ ୨ ଜଣ ଆଇନ ଜୀବୀଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନ ଉପରେ ଆମେ ସରକାରଙ୍କୁ କୌଣସି ନୋଟିସ କରିନାହୁଁ । କେବଳ ରାଫେଲ ଚୁକ୍ତି କେଉଁ ସ୍ଥିତିରେ ଏବଂ କିଭଳି ହୋଇଥିଲା ସଂକ୍ରାନ୍ତ ତଥ୍ୟ ସରକାରଙ୍କୁ୍ୁ ମଗାଯାଇଛି ବୋଲ ିଖଣ୍ଡପୀଠ କହିଛନ୍ତି । ଏହି ଖଣ୍ଡପୀଠରେ ଥିବା ଅନ୍ୟ ବିଚାରପତି ମାନେ ହେଲେ ଜଷ୍ଟିସ ଏସକେ କାଉଲ ଏବଂ କେଏମ ଯୋସେଫ୍ । ଏହି ମାମଲାରେ କେନ୍ଦ୍ରସରକାରଙ୍କୁ ଆଜି କୋର୍ଟରେ ପକ୍ଷ ରଖି ଏଟର୍ଣ୍ଣି ଜେନେରାଲ କେ.କେ .ବେଣୁ ଗୋପାଳ କହିଥିଲେ ରାଫେଲ ଚୁକ୍ତି ସଂକ୍ରାନ୍ତ ସବିଶେଷ ତଥ୍ୟ କାହାକୁ ପ୍ରଦାନ କରାଯାଇ ପାରିବ ନାହିଁ ।