(ରିପୋଟର୍ସ ଟୁଡେ/ତେଲେଙ୍ଗାନା): ତେଲେଙ୍ଗାନାରେ ୯ ଜଣ ପ୍ରବାସୀଙ୍କ ହତ୍ୟା ଘଟଣାର ରହସ୍ୟ ଖୋଜି ପାଇଛି ତେଲେଙ୍ଗାନା ପୁଲିସ । ଜଣେ ଯୁବକ ଏହି ସବୁ ଘଟଣା ଘଟାଇଛି ଏବଂ ହତ୍ୟା ଘଟାଇବା ପରେ ଶବଗୁଡ଼ିକୁ ଗୋଟିଏ କୂଅରେ ଫିଙ୍ଗି ଦେଇଥିବା ସ୍ବୀକାର କରିଛି । ଲିଭ୍ ଇନ୍ ରିଲେସନରେ ରହୁଥିବା ତଥାକଥିତ ପ୍ରେମିକାର ହତ୍ୟାକୁ ଲୁଚାଇବା ପାଇଁ ସଞ୍ଜୟ କୁମାର ଯାଦବ ନାମକ ଜଣେ ବିହାରୀ ଶ୍ରମିକ ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ପୁଲିସ ନିକଟରେ ବୟାନ ଦେଇଛି । ପୋଲିସ କହିଛି ଯେ, ଅଭିଯୁକ୍ତ ଜଣକ ନିଜ ପ୍ରେମିକାର ହତ୍ୟା କରିସାରିଛି ଏବଂ ଏହାର ରହସ୍ୟ ନଖୋଲୁ ସେଥିପାଇଁ ସେ ୯ ଜଣଙ୍କୁ ହତ୍ୟା କରିବା ପାଇଁ ଏହି ରକ୍ତାକ୍ତ ଖେଳ ଖେଳିଥିଲା। ବିହାରର ପ୍ରବାସୀ ଶ୍ରମିକ ସଞ୍ଜୟ କୁମାର ଯାଦବଙ୍କୁ ପୋଲିସ ଗିରଫ କରିଛି । ସୂଚନାନୁସାରେ, ତିନି ଦିନ ପୂର୍ବେ ଗୋରେକୁଣ୍ଟା ଗ୍ରାମରୁ ମିଳିଥିବା ୯ଟି ମୃତଦେହ ମଧ୍ୟରୁ ୬ଟି ଗୋଟିଏ ପରିବାରର ସଦସ୍ୟ ଥିଲେ । ୬ଟି ସ୍ୱତନ୍ତ୍ର ପୋଲିସ ଟିମ୍ ଏହି ମାମଲାର ତଦନ୍ତ କରୁଥିଲେ । ସୋମବାର ଗିରଫ ହେବାପରେ ୨୬ବର୍ଷୀୟ ଅଭିଯୁକ୍ତ ସଞ୍ଜୟ କୁମାର ଯାଦବ ତାଙ୍କ ଅପରାଧ ସ୍ୱୀକାର କରିଥିବା ପୋଲିସ ଦାବି କରିଛି । ୱାରଙ୍ଗାଲ ପୋଲିସ କମିଶନର ଡ. ରବିନ୍ଦର କହିଛନ୍ତି ଯେ ମେ ୨୧ ଏବଂ ୨୨ ତାରିଖରେ ଏହି ସମସ୍ତ ମୃତଦେହ କୂଅରୁ ଉଦ୍ଧାର କରାଯାଇଛି। ଯେତେବେଳେ ମାମଲାର ତଦନ୍ତ ଆରମ୍ଭ ହେଲା, ଅଭିଯୁକ୍ତ ସଞ୍ଜୟ କୁମାର ଯାଦବଙ୍କ ନାମ ବାହାରିଲା। ତାଙ୍କ ପ୍ରେମିକା ରାଫିକାଙ୍କୁ ହତ୍ୟା କରିବାର ଅପରାଧ ଲୁଚାଇବା ପାଇଁ ସଞ୍ଜୟ ଏଭଳି କାଣ୍ଡ ଭିଆଇଥିଲା । ଘଟଣାନୁଯାୟୀ, ଯେଉଁ କୂଅ ଭିତରୁ ମୃତଦେହ ମିଳିଥିଲା ତାହାର କିଛି ଦୂରରେ ଏକ ଝୋଟ ଅଖା ତିଆରି କାରଖାନା ରହିଛି । ଏଠାରେ କାର୍ୟ୍ୟ କରୁଥିବା ଶ୍ରମିକମାନେ ନିକଟରେ ରହୁଥିଲେ । ପଶ୍ଚିମବଙ୍ଗ ଅଞ୍ଚଳର ନିଶା ଓ ତାଙ୍କ ପରିବାରର ୬ ସଦସ୍ୟଙ୍କ ସହ ବିହାର ଓ ତ୍ରିପୁରାର ୩ ଜଣ ସେଠାରେ ରହୁଥିଲେ । ଏହି ସମୟରେ ନିଶାଙ୍କର ଜଣେ ସମ୍ପର୍କୀୟାଙ୍କ ସହ ସଞ୍ଜୟ ଯାଦବଙ୍କ ଅବୈଧ ସମ୍ପର୍କ ଗଢ଼ି ଉଠିଥିଲା । ସମ୍ପୃକ୍ତ ଯୁବତୀଙ୍କ ନାଁ ଥିଲା ରାଫିକା ଓ ତାଙ୍କର ୩ଟି ସନ୍ତାନ ଥିଲେ । ତାଙ୍କ ସ୍ବାମୀଙ୍କ ସହ ତାଙ୍କର କୌଣସି ସମ୍ପର୍କ ନ ଥିଲା । ପତି ପରିତ୍ୟକ୍ତା ରଫିକା ଓ ତାଙ୍କ ପିଲାମାନଙ୍କୁ ରଖିବା ପାଇଁ ସଞ୍ଜୟ ଗୋଟିଏ ଛୋଟ ଘର ଭଡ଼ା ମଧ୍ୟ ନେଇଥିଲେ ।
ରଫିକାଙ୍କ ସହ ସଞ୍ଜୟର ଅବୈଧ ସମ୍ପର୍କ ଥିଲା । ଏହା ସତ୍ବେ ସଞ୍ଜୟ ରଫିକାଙ୍କ ପୂର୍ବ ପତିଠାରୁ ଜନ୍ମିତ ଝିଅ ଉପରେ ମଧ୍ୟ କୁ ଦୃଷ୍ଟି ପକାଇଥିଲା । ଏ ସମ୍ପର୍କରେ ସୁରାକ ପାଇବା ପରେ ରଫିକା ତାଙ୍କ ଝିଅଠାରୁ ଦୂରେଇ ରହିବାକୁ ସଞ୍ଜୟକୁ ଚେତାବନୀ ଦେବା ସହ ପୁଲିସରେ ଏଥିନେଇ ମାମଲା ରୁଜୁ କରିଥିଲେ । ମାତ୍ର ଚତୁର ସଞ୍ଜୟ ପରିସ୍ଥିତିକୁ ସୁଧାରି ନେଇଥିଲା ଓ ରଫିକାକୁ ନିଜ ମାୟା ଜାଲରେ ଛନ୍ଦି ପକାଇଥିଲା । ସେ ରଫିକାଙ୍କୁ ବିବାହ କରିବାକୁ ଚାହୁଁଛି ବୋଲି କହିଥିଲା । ପ୍ରଥମେ ରଫିକା ଏହାକୁ ବିଶ୍ଵାସ କରି ନ ଥିଲା । ମାତ୍ର ସଞ୍ଜୟର ନାଟକ ଆଗରେ ଶେଷରେ ରଫିକା ହାର ମାନିଥିଲା । ସଞ୍ଜୟ ପ୍ରସ୍ତାବ ଅନୁସାରେ ସେ ଗାଁକୁ ଯିବାକୁ ରାଜି ହୋଇଥିଲା । ଗତ ମାର୍ଚ ୭ ତାରିଖରେ ରଫିକା ଓ ସଞ୍ଜୟ କଲକତା ଅଭିମୁଖେ ବାହାରିଥିଲେ । ମାତ୍ର ସଞ୍ଜୟ ବାଟରେ ରଫିକାଙ୍କ ଖାଦ୍ୟରେ ନିଶା ବଟିକା ମିଶାଇ ଦେଇଥିଲା । ରଫିକା ଶୋଇଯିବା ପରେ ତାଙ୍କୁ ହତ୍ୟା କରି ଟ୍ରେନରୁ ଫିଙ୍ଗି ଦେଇଥିଲା । ଏହା ପରେ ଅଭିଯୁକ୍ତ ସଞ୍ଜୟ ୱାରଙ୍ଗାଲକୁ ଫେରିଥିଲେ।ଏହି ସୂଚନା ପାଇବା ପରେ ଅଭିଯୁକ୍ତ ନିଦ ବଟିକା ଷଧ କିଣି ମାକସୁଦଙ୍କ ଘରେ ପହଞ୍ଚି ତାଙ୍କ ଖାଦ୍ୟରେ ମିଶାଇ ଦେଇଥିଲା। ଏହି ଅବସରରେ ମକସୁଦର ଜଣେ ବନ୍ଧୁ ଶାକିଲ ମଧ୍ୟ ଉପସ୍ଥିତ ଥିଲେ। କାରଖାନାର ପ୍ରଥମ ମହଲାରେ ଦୁଇଜଣ ଶ୍ରମିକ ମଧ୍ୟ ଥିଲେ। ଅଭିଯୁକ୍ତ ତାଙ୍କ ଖାଦ୍ୟରେ ନିଦ ବଟିକା ମିଶାଇଦେଇଥିଲା।ତାକୁ ଭୟ ଥିଲା କି ଲୋକମାନେ ମଧ୍ୟ ତାର ଭଣ୍ଡା ଫୋଡ୍ କରିପାରନ୍ତି। ଏହା ପରେ, ସମସ୍ତେ ଖାଦ୍ୟ ଖାଇ ଶୋଇପଡ଼ିଲେ, ସଞ୍ଜୟ ରାତି ପ୍ରାୟ ୧୨ଟା ୩୦ ମିନିଟ୍ ବେଳକୁ ଉଠିପଡ଼ିଥିଲେ। ସେ ସମସ୍ତଙ୍କୁ ଅଖା ବୋରା ଭିତରେ ବାନ୍ଧି କରି କୂଅରେ ଫିଙ୍ଗିଦେଇଥିଲା ।