ଆଜିଠୁ ଗଡିବ ମୋ ବସ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଆଜିଠୁ ଗଡିବ ମୋ ବସ । ଦୀର୍ଘ ଦିନ ବ୍ୟବଧାନ ପରେ ମୋ ବସ ଆଜିଠୁ ଗଡିବ । ପ୍ରଥମ ପର୍ଯ୍ୟାୟରେ ଓଡିଶା ବାହାରୁ ଆସୁଥିବା ଲୋକଙ୍କ ପାଇଁ ଏହି ସେବା ଯୋଗାଇଦିଆଯିବ । ଭୁବନେଶ୍ୱର ରେଳ ଷ୍ଟେସନ ଓ ବିମାନ ବନ୍ଦରରୁ ଆସୁଥିବା ଯାତ୍ରୀଙ୍କ ନିମନ୍ତେ ଏହି ସେବା ଉପଲବ୍ଧ ହେବ । କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧା ସହ ଏହି ଯାତ୍ରୀମାନଙ୍କୁ ଯୋଡିବ ବୋଲି କ୍ରୃଟର ମହାପ୍ରବନ୍ଧକ ଦିପ୍ତି ମହାପାତ୍ର ସୂଚନା ଦେଇଛନ୍ତି । ଏହା ସହ ବସରେ ଯାତ୍ରା ସମୟରେ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଅପିଲ କରିଛନ୍ତି । ସୁରକ୍ଷା ପାଇଁ ପ୍ରତିଦିନ ବସକୁ ବିଶୋଧନ କରାଯାଉଛି । ଯାତ୍ରା ସମୟରେ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।