ବର୍ଷା ଓ ବଜ୍ରପାତକୁ ନେଇ ୧୦ ଜିଲ୍ଲାରୁ ଶତର୍କ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ବର୍ଷା ଓ ବଜ୍ରପାତକୁ ନେଇ ୧୦ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି । ଆଜି ରାତି ୮ଟା ୩୦ ସୁଦ୍ଧା ବର୍ଷା ଓ ବଜ୍ରପାତକୁ ନେଇ ୧୦ଜିଲ୍ଲାକୁ ସାବଧାନ କରିଛି ପାଣିପାଗ ବିଭାଗ । ୧୦ଜିଲ୍ଲାଗୁଡ଼ିକ ହେଉଛି କେନ୍ଦୁଝର, ବଲାଙ୍ଗିର, କଳାହାଣ୍ଡି, ଭଦ୍ରକ, ମୟୁରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ, ବାଲେଶ୍ୱର ଓ ଯାଜପୁର । ଏହି ସବୁ ଜିଲ୍ଲାଗୁଡ଼ିକରେ ବର୍ଷା ସହ ବଜ୍ରପାତର ହେବାର ଆଶଙ୍କା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ବଙ୍ଗୋପସାଗରରେ ଏକ ଲଗୁଚାପ ସୃଷ୍ଟି ହୋଇଛି । ୧୬ତାରିଖ ସନ୍ଧ୍ୟା ସୁଦ୍ଧା ଏହି ଲଘୁଚାପ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି । ଏହାସହ ୪୮ଘଣ୍ଟା ମଧ୍ୟରେ ଅବପାତର ରୂପ ନେବା ମଧ୍ୟ ପୂର୍ବାନୁମାନ କରାଯାଇଛି । ଆଗାମୀ ୫ଦିନ ଯାଏଁ ଓଡ଼ିଶା ଉପରେ ଲଘୁଚାପର ପ୍ରଭାବ ନଥିଲେ ମଧ୍ୟ ୧୫ତାରିଖରୁ ମତ୍ସୀଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି