(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜଧାନୀରେ ଚାଞ୍ଚଲ୍ୟା । ନିଶା ସକ୍ତ ଅବସ୍ଥାରେ ସାଙ୍ଗକୁ ପଥରରେ ଛେଚି ହତ୍ୟା କରିଛି ସାଙ୍ଗ । ଏଭଳି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ । ମୃତ ବ୍ୟକ୍ତି ହେଲେ ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ଧାନମଣ୍ଡଳ ଗାଁର ବନୁ ଶବର(୩୦) । ଘଟଣାସ୍ଥଳରୁ ନୟାପଲ୍ଲୀ ପୁଲିସ ମୃତ ଶବକୁ ଜବତ କରି କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଛେଦ ପାଇଁ ପଠାଇଛି । ପୁଲିସ ହତ୍ୟା ଘଟଣାରେ ଅଭିଯୁକ୍ତ ସାଙ୍ଗକୁ ଗିରଫ କରିଛି । ଗିରଫ ଅଭିଯୁକ୍ତର ଘର ଗଞ୍ଜାମ ଜିଲ୍ଲା ପୁରୁଷୋତମପୁର ଗାଁର ଟୁକୁନା ବେହେରା ।(୩୦) । ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।
ସୂଚନାମୁତାବକ, ଟୁକୁନା ଓ ବନୁ ଦୁହେଁ ଘନିଷ୍ଠ ବନ୍ଧୁ । ଦୁହେଁ ଦିନ ମଜୂରୀଆ କାମ କରିନ୍ତି । ବନ୍ୁ ନୟାପଲ୍ଲୀ ଥାନା ଅନ୍ତର୍ଗତ ଦୁର୍ଗାମମଣ୍ଡପ ନିକଟରେ ଘର ଭଡା ନେଇ ରହୁଥିଲା । ସେହିଭଳି ଟୁକୁନା ସାଲିଆସାହି ଶକ୍ତି ବିହାରରେ ରହୁଥିଲା । ହେଲେ କାମରୁ ଫେରି ଉଭୟ ବୁଲା ବୁଲି କରନ୍ତି । ଦୁହେଁ ମଧ୍ୟ ସାଙ୍ଗରେ ନିଶା ସେବନ କରନ୍ତି । ବନୁ କିଛି ବର୍ଷ ତଳେ ବିବାହ କରିଥିଲେ । ହେଲେ ତା ସ୍ତ୍ରୀ ଛାଡି ଦେଇଥିଲା । କିନ୍ତୁ ମଙ୍ଗଳବାର ବିଳମ୍ବିତ ରାତିରେ ବନୁ ଓ ଟୁକୁନା ଉଭୟ ଦୁର୍ଗା ମଣ୍ଡପ ନିକଟରେ ବୁଲା ବୁଲି କରିବା ସହ ସାଲିଆସାହି ରାସ୍ତା ପାଶ୍ୱର୍ରେ ଦୁେଁହ ବୁଲା ବୁଲି କରୁଥିଲେ । ହେଲେ ଏହି ସମୟରେ କୌଣସି ଏକ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଏହି ସମୟରେ ଟୁକୁନା ଉତକ୍ଷିପ୍ତ ହୋଇଯାଇଥିଲା । ତଳେ ପଡିଥିବା ପଥରରେ ବୁନୁର ମୁଣ୍ଡ ଓ କାନକୁ ଜୋରରେ ଛେଚି ଦେଇଥିଲା । ବବୁ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଯାଇଥିଲା । ଟୁକୁନା ଘଟଣାସ୍ଥଳରୁ ଦୌଡି ପଳାଇଥିଲା । ସ୍ଥାନୀୟ ଲୋକ ବନୁକୁ ରକ୍ତାକ୍ତ ଅବସ୍ଥାରେ ଦେଖି ସଙ୍ଗେ ସଙ୍ଗେ ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ନୟାପଲ୍ଲୀ ଥାନା ପୁଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଗୁରୁତର ହେବାରୁ କଟକ ଏସସିବି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ବନୁର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକ ବନୁର ମୃତ୍ୟୁ ଖବର ପାଇବା ପରେ ସେଠାରେ ଉତେଜନା ସୃଷ୍ଟି ହୋଇଥିଲା । ପୁଲିସ ସ୍ଥାନୀୟ ଲୋକଙ୍କୁ ବୁଝା ସୁଝା କରିବା ପରେ ମୃତଦେହକୁ ଶବ ବ୍ୟବଛେଦ ପାଇଁ ପଠାଇଥିଲା । ଶବ ବ୍ୟବଛେଦ ପରେ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ବନୁକୁ ହତ୍ୟା କରାଯାଇଥିବା ଘଟଣାରେ ବନୁର ଖୁଡି ବର୍ଷା ଶବର ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ପୁଲିସ ଏକ ମାମଲା ରୁଜୁ କରିବା ସହ ଟୁକୁନାକୁ ବିଳମ୍ବିତ ରାତିରେ ଗିରଫ କରିଛି । ଜାମିନ ନା ମଞ୍ଜୁର ହେବାରୁ କୋର୍ଟରୁ ଝାରପଡା ଜେଲକୁ ପଠାଦିଆଯାଇଛି ।