(ରିପୋର୍ଟସ ଟୁଡେ): କେନ୍ଦ୍ର ସରକାରଙ୍କ ବହୁ ପ୍ରଚାରିତ ଉଜ୍ଜଳା ଯୋଜନା ଏବେ ଗରିବ ମାନଙ୍କ ଜ୍ୱଳାରେ ପରିଣତ ହୋଇଛି । ଉଜ୍ଜଳା ଯୋଜନା ଏକ ମହାଦୁର୍ନୀତି ବୋଲି କହିଛି ବିଜୁ ମହିଳା ଜନତା ଦଳ । କେନ୍ଦ୍ର ସରକାରଙ୍କ ବହୁ ପ୍ରସାରିତ ଏହି ଯୋଜନା ଓଡ଼ିଆ ମହିଳାଙ୍କ ପ୍ରତି ବିଶ୍ୱାସଘାତକ । ପେଟ୍ରୋଲ, ଡିଜେଲ ପରି ରନ୍ଧନ ଗ୍ୟାସ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି । ଯାହା ଫଳରେ ଲୋକେ ଗ୍ୟାସ କିଣିବା ପାଇଁ ସକ୍ଷମ ହେଉନାହାନ୍ତି । ଏହି ଯୋଜନା ଗରିବ ମହିଳାଙ୍କ ଆଖି ପୋଛିବା ପାଇଁ ହୋଇଛି ବୋଲି ମୋଦି ଓ ମୋଦିଙ୍କ ମନ୍ତ୍ରୀମାନେ ବେଶ ପ୍ରଚାର ପ୍ରସାର କଲେ । ହେଲେ ଏହି ଯୋଜାନାର ବାସ୍ତବ ଚିତ୍ର କିନ୍ତୁ ପୁରାପୁରି ଭିନ୍ନ । କେନ୍ଦ୍ର ସରକାରଙ୍କ ଏହି ଯୋଜନା ଏବେ ଗରିବ ମହିଳାଙ୍କ ପାଇଁ ଜ୍ଜାଳାରେ ପରିଣତ ହୋଇଛି । କେନ୍ଦ୍ର ସରକାରଙ୍କ ଏହି ଯୋଜନା ବିଫଳ ହୋଇଛି ବୋଲି କେନ୍ଦ୍ର ସରକାରଙ୍କ ଉପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି ବିଜେଡି ସଭାନେତ୍ରୀ ପ୍ରମିଳା ମଲିକ ।