ବିଦ୍ୟୁତ ବିଭାଗର ଲକ୍ଷ ଲକ୍ଷ ଟଙ୍କା ନେଇ ଯୁବକ ଚମ୍ପଟ

(କଳାହାଣ୍ଡି / ଗୋଲାପ ସାହୁ ) : କଳାହାଣ୍ଡି ଜିଲ୍ଲାରେ ଚାଂଚଲ୍ୟ,ଜୟପାଟଣା ବ୍ଳକରୁ ଆସିଛି ସାଙ୍ଘାତିକ ଅଭିଯୋଗ।ପୁଣି ପଦାରେ ପଡିଲା ବିଦ୍ୟୁତ ବିଭାଗର ଅପାରଗତା। ଉପଭୋକ୍ତା ଠାରୁ ଲକ୍ଷ ଲକ୍ଷ ଆଦାୟ ଟଙ୍କା ହଡପ କରି ରୂପେଶ ବେହେରା ନାମକ ଏକ ଯୁବକ ଛୁଚମ୍ପଟ। କୁସୁମୁଖୁଣ୍ଟି ଡିଭିଜନ ବିଦ୍ୟୁତ ଏସଡିପି ପ୍ରଦୀପ କୁମାର ଦାସ ଦେଲେ ଥାନାରେ ଏତଲା।ଅଭିଯୋଗ ଅନୁସାରେ ଜୁନାଗଡ଼ ଥାନା ଅମ୍ବାଦଳା ଗାଁ ର ରୂପେଶ ଓସ୍କୋ ବିଦ୍ୟୁତ ଠାରୁ ଜୟପାଟଣା ଓ କୋକସରା ସେକ୍ସନ ବିଦ୍ୟୁତ ଉପଭୋକ୍ତା ଙ୍କ ଠାରୁ ବିଦ୍ୟୁତ ଦେୟ ଅସୁଲ କରିବାର କାର୍ୟ୍ୟାଦେଶ ପାଇଥିଲେ।କିନ୍ତୁ ଜାନୁଆରୀ ମାସ ପର୍ୟ୍ୟନ୍ତ ଜମା ଦେଇଥିବା ବେଳେ ଫେପ୍ରୁଆରୀ ମାସର ୭ଲକ୍ଷ ୫ହଜାର ୮୯୩ ଟଙ୍କା ଜମା ନଦେଇ କୁଆଡେ ଚମ୍ପଟ ମାରିଥିଲେ।ସେ ଗତ କିଛି ଦିନ ତଳେ ନିଜକୁ ବିଦ୍ୟୁତ ବିଭାଗର ବଡ଼ ଅଧିକାରୀ କହି ବିନା କାରଣରେ ଉପଭୋକ୍ତା ଙ୍କ ଠାରୁ ଧମକଚମକ କରି ମୋଟା ଅଙ୍କର ନକଲି ରିସିଭ କାଟି ଟଙ୍କା ନେଇଥିବା ମଧ୍ୟ ଅଭିଯୋଗ ଆସିଛି।ଯିଏ ଟଙ୍କା ନଦେଲେ ତାଙ୍କର ବିଦ୍ୟୁତ କଟା ମଧ୍ୟ ହେଉଥିଲା ଓ ଟଙ୍କା ଦେଲେ ଯୋଡ଼ା ମଧ୍ୟ ହେଉଥିଲା।ଏତେ ସବୁ ତାଙ୍କ ନାଁ ରେ ବିଭିନ୍ନ ପ୍ରକାର ଅଭିଯୋଗ ରହିଥିଲେ ମଧ୍ୟ ବିଭାଗ ତାଙ୍କ ପ୍ରତି କୋଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଶୁଣିବାକୁ ମିଳୁଛି।ବର୍ତ୍ତମାନ ଲକ୍ଷ ଲକ୍ଷ ଟଙ୍କା ହେବା ଜଗୁ ଘଟଣା ପଦାକୁ ଆସିଛି ବୋଲି ଚର୍ଚ୍ଚା ଜୋର ହେଉଛି। କୋକସରା ପୁଲିସ ଅଭିଯୁକ୍ତ ଙ୍କ ନାଁ ରେ ଆଇପିସି ଧାରା ୪୦୯ ଲଗାଇ ତଦନ୍ତ ଆରମ୍ଭ କରିଛି।