୨୦୨୦ – ୨୧ ବଜେଟ: ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା କରିବାକୁ ଲକ୍ଷ୍ୟ

(ରିପୋର୍ଟସ ଟୁଡ଼େ / ନୂଆଦିଲ୍ଳୀ ): ସଂସଦରେ ୨୦୨୦-୨୧ ସାଧାରଣ ବଜେଟ୍ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସଂସଦରେ ନିର୍ମଳା କହିଛନ୍ତି ଯେ, ଦେଶର ବିକାଶ ପାଇଁ ଜନତା ଭୋଟ୍ ଦେଇଛନ୍ତି । ଆମ ଆର୍ଥିକ ନୀତି ଉପରେ ଦେଶ ଭରସା କରିଛି । ଭାରତ ବିଶ୍ୱର ୫ମ ବୃହତ୍ତର ଅର୍ଥନୀତି ହୋଇ ପାରିଛି ।୧୬ ଲକ୍ଷ ନୂଆ କରଦାତାଙ୍କୁ ଯୋଡିବା ସହ ‘ସବକା ସାଥ, ସବକା ବିକାଶ’ ଆମର ଲକ୍ଷ୍ୟ ରହିଛି । ଚଳିତ ଆର୍ଥିକ ବର୍ଷରେ ୪୦ କୋଟି ଜିଏସଟି ରିଟର୍ଣ୍ଣ ହୋଇଛି । ୨୦୧୪-୧୫ରେ ମହଙ୍ଗା ଦର ୯% ଥିଲା ବେଳେ ୫ ବର୍ଷରେ ଏହା ୪.୫%କୁ ଖସିଛି । ସେହିପରି ୨୦୧୪-୧୫ରେ ଅଭିବୃଦ୍ଧି ହାର ୪.୫% ଥିଲା । ୨୭ କୋଟି ଲୋକ ଦାରିଦ୍ର୍ୟ ସୀମାରୁ ଉପରକୁ ଉଠିଥିବା ବେଳେ ଗ୍ରାମାଞ୍ଚଳରେ ଅଧିକ ରୋଜଗାର ସୃଷ୍ଟି କରିବାର ଲକ୍ଷ୍ୟ ରହିଛି ।’
ବଜେଟରେ ପ୍ରଥମେ ଗ୍ରାମରଣ ଭାରତ ଉପରେ ଚର୍ଚ୍ଚା କରିଥିଲେ ଅର୍ଥମନ୍ତ୍ରୀ । ସେ କହିଥିଲେ ଯେ, ବଜେଟରେ ଗାଁ, ଗରିବ ଓ ଚାଷୀଙ୍କୁ ଫୋକସ କରାଯାଇଛି । ବିଦେଶୀ ପୁଞ୍ଜିନିବେଶ ୮୪ ମିଲିୟନ ଡଲାର ହୋଇଛି । ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଆମର ଫୋକସ ରହିଛି । ଦେଶର ଋଣ ଭାର ମାର୍ଚ୍ଚ ୨୦୧୯ ସୁଦ୍ଧା ୪୮.୭୦%କୁ ଖସିଛି । ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା କରିବାକୁ ଲକ୍ଷ୍ୟ ରହିଛି । ୬.୧୧ କୋଟି ଚାଷୀଙ୍କ ପାଇଁ ବୀମା ଯୋଜନା ଯୋଗାଇବା ସହ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ପରମ୍ପରା ଚାଷ, ସିଞ୍ଜନକୁ ଗୁରୁତ୍ୱ ଦିଆଯିବ । ଚାଷୀଙ୍କ ପାଇଁ ସରକାର ପକ୍ଷରୁ ୧୬ ସୂତ୍ରୀ ଯୋଜନା ଲାଗୁ ହେବା ସହ ଚାଷୀଙ୍କ ପଡିଆ ଜମିରେ ସୋଲାର ପ୍ଲାଣ୍ଟ ସ୍ଥାପନ ହେବ ।’