ପୁଣି ଧରାପଡିଲେ ଲାଞ୍ଚୁଆ ପୋଲିସ

(ଆଦର୍ଶ ରାଉତ) : ଆଜି କେନ୍ଦୁଝର ସଦର ପୋଲିସ ଥାନାର ଏଏସଆଇ ଗୌତମ ଚନ୍ଦ୍ର ଦାସ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ସୂଚନା ଅନୁସାରେ ହୃଦାନନ୍ଦ ମହାନ୍ତି ଆଜି ସକାଳ ୧୦ଟାରେ ତାଙ୍କ ବାଇକକୁ ମୁକୁଳେଇବା ପାଇଁ ଥାନାକୁ ଯାଇଥିଲେ । ଯେଉଁ ବାଇକି କିଛିଦିନ ତଳେ ଏକ ସ୍କର୍ପିଓ ସହ ଧକ୍କାହୋଇ ଥାନାରେ ଥିଲା ସେ ବାଇକିକୁ ଦେଇଦେବାକୁ କହି ଏଏସଆଇ ଗୌତମ ଦାସ ତାଙ୍କୁ ୨୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଲାଞ୍ଚ ନେଉଥିବା ସମୟରେ ବାଲେଶ୍ୱର ଭିଜିଲାନ୍ସ ହାତରେ ଧରାପଡିଥିଲେ । ଏହାର ତଦନ୍ତ ଚାଲୁ ରହିଛି ଖୁବଶିଘ୍ର ଗିରଫ କରାଯିବ ।