(ମମତା ସାମଲ): ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ହେଲେ ରାଜ୍ୟ ଲଳିତା କଳା ଏକାଡେମୀ ସଭାପତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି । ପୂର୍ବରୁ ସେ ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ରଘୁନାଥ ମହାପାତ୍ର ସଭାପତି ଥିଲେ ।
ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଆନ୍ତର୍ଜାତୀୟ ସ୍ତରରେ ୫୦ ଟି ବାଲୁକା ଶିଳ୍ପ ଚାମ୍ପିଆନିସିପରେ ଭାରତରୁ ପ୍ରତିନିଧିତ୍ୱ କରିବା ସହ ୨୦୧୭-୧୮ରେ ସେ ୨୭ଟି ଚାମ୍ପିଆନସିପ ପ୍ରାଇଜ ହାସଲ କରି ଦେଶକୁ ଗୌରବ ଆଣିଛନ୍ତି । ବାଲୁକା ଶିଳ୍ୱରେ ଓଡିଶାକୁ ବିଶ୍ୱସ୍ତରରରେ ଏକ ଭିନ୍ନ ପରିଚୟ ସୃଷ୍ଟି କରାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।