( ଜୟନ୍ତ କୁମାର ସେଠୀ): ବିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ କୋଟି କୋଟି ଓଡ଼ିଆଙ୍କୁ କୁଠାରାଘାତ କରିଥିବା ଅଭିଜିତ ଆୟରଙ୍କୁ ଗିରଫ ଦାବି ଓ ପରିବେଶ ନିୟମ ଉଲଘଂନ କରିଥିବା ବୈଜନ୍ତ ପଣ୍ଡାଙ୍କୁ ଗିରଫ ଦାବି କରିବା ସହିତ କୁଶ ପୁତ୍ତଳିକା ଦାହ କଲା ବିଜେଡି । କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଶୋଭାଯାତ୍ରାରେ ଆସି କୋଣାର୍କ ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବୈଜନ୍ତ ପଣ୍ଡା ଓ ଅଭିଜିତ ଆୟାର ଯେ ପର୍ଯ୍ୟନ୍ତ ସର୍ବ ସମ୍ମୁଖରେ କ୍ଷମା ପ୍ରାର୍ଥନା ନମାଗନ୍ତି ସେ ପର୍ଯ୍ୟନ୍ତ ତାଙ୍କୁ କୋଣାର୍କ ମାଟିରେ ପୁରାଇ ଦିଆଯିବ ନାହିଁ ବୋଲି ବିଧାୟକ ସୁରେନ୍ଦ୍ର ସେଠୀ ଚେତାବନୀ ଦେଇଛନ୍ତି ।