ଗୁଜୁରାଟ : ରାକ୍ଷୀ ହେଉଛି ଭାଇ ଓ ଭଉଣୀ ମଧ୍ୟରେ ଥିବା ଏକ ସ୍ନେହର ଡୋରୀ । ରାକ୍ଷୀର ସମ୍ପର୍କ ଜନ୍ମ ଜନ୍ମର । ଗୋଟିଏ ଭଉଣୀ ତା ଭାଇ ହାତରେ ଏ ବିଶ୍ୱାସର ସହିତ ରାକ୍ଷୀ ବାନେ୍ଧ କି ଜୀବନ ସାରା ତା ଭାଇ ତାର ରକ୍ଷା କରିବ । ସେହି ବିଶ୍ୱାସର ସହିତ ଦେଶ ବିଦେଶରୁ ଭଉଣୀମାନେ ଯବାନ ଭାଇଙ୍କ ପାଇଁ ରାକ୍ଷୀ ପଠେଇଛନ୍ତି । ଦେଶ ବିଦେଶରୁ ପ୍ରାୟ ୫୦ ହଜାର ରାକ୍ଷୀ ଆସିଛି । ଗୁଜୁରାଟ ବଡୋଦରାର ଛୋଟ ଝିଅଟିଏ ସ୍ନେହଭରା ଚିଠି ସହିତ ଏକ ସୁନ୍ଦର ରାକ୍ଷୀ ଦେଇଛି । ଖାଲି ଏତିକି ନୁହେଁ ଆସିଥିବା ୫୦ ହଜାର ରାକ୍ଷୀ ମଧ୍ୟରୁ କେଉଁଟି ରଙ୍ଗ ବେରଙ୍ଗି ତ କେଉଁଟିରେ ଜୟହିନ୍ଦ ଲେଖା ହୋଇଛି ତ ଆଉ କେଉଁଟିରେ ତ୍ରିରଙ୍ଗା ପତାକା ଲାଗିଛି । ଆଉ ମଧ୍ୟ କେତେକ ରାକ୍ଷୀରେ ଚାଚା ନେହରୁ, ମହାତ୍ମା ଗାନ୍ଧି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି ।

କେତେକ ଭଉଣୀ ନିଜ ହାତ ଲେଖା ଚିଠି ମଧ୍ୟ ପଠେଇଛନ୍ତି । ଏ ସମସ୍ତ ରାକ୍ଷୀ ବଡୋଦରାର ସଂଗଠନରେ ପହଞ୍ଚିବ ପରେ ତାକୁ ସଜେଇବାରେ ଲାଗିପଡିଛନ୍ତି ସେଠାକାର ଯୁବତୀ । ବଡୋଦରାର ଏକ ସଂଗଠନ ପାଖକୁ ପ୍ରତିବର୍ଷ ଦେଶ ବିଦେଶରୁ ରାକ୍ଷୀ ଆସେ । ଚଳିତ ବର୍ଷ ମଧ୍ୟ ଆମେରିକା, ରଷିଆ, କାନାଡା, ଅଷ୍ଟ୍ରେଲିଆ ଏବଂ ଅଷ୍ଟ୍ରିଆ ଭଳି ଦେଶରୁ ରାକ୍ଷୀ ଆସି ପହଞ୍ଚିଛି । ଲଦାଖ, ସିଆଚୀନ୍, ସହ ଇଣ୍ଡୋ-ପାକ୍ ବର୍ଡର ଏବଂ ଭାରତ-ଚୀନ୍ ସୀମାରେ ମୁତୟନ ଥିବା ଯବାନମାନଙ୍କ ପାଖକୁ ଏହି ରାକ୍ଷୀସବୁ ପଠାଯିବ । ଏ ସଂଗଠନ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବର୍ଡରେ ମୁତୟନ ଯବାନଙ୍କ ଓଠରେ ଟିକେ ହସ ଫୁଟାଇବା ବୋଲି ଆୟୋଜକ କହିଛନ୍ତି । ବଡୋଦରାର ଛାତ୍ରୀମାନେ ଅତି ସ୍ନେହର ସହ ରାକ୍ଷୀକୁ ବନ୍ଧାପନା କରି ଯବାନ ଭାଇଙ୍କ ପାଇଁ ପ୍ୟାକ୍ କରିଛନ୍ତି । ରାକ୍ଷୀ ପାଖେଇ ଆସୁଥିବା ବେଳେ ଏହି ରାକ୍ଷୀ ଗୁଡିକ ଶୀଘ୍ର କିପରି ବର୍ଡରେ ଥିବା ଯବାନ ଭାଇଙ୍କ ପାଖରେ ପହଞ୍ଚିବ ତାର ବ୍ୟବସ୍ଥା କରାଯାଉଛି ।