ଗାଡିର କାଚ ଭାଙ୍ଗି ୪୦ ହଜାର ଟଙ୍କା ଲୁଟ

ଭୁବନେଶ୍ୱର : ଗାଡିର କାଚ ଭାଙ୍ଗି ଚୋରି ହୋଇଛି ୪୦ ହଜାର ଟଙ୍କା | ତେବେ ଶୁକ୍ରବାର ଅଭିଯୋଗକାରୀ ମାର୍ଶାଲ ମାର୍ଦିଙ୍କ ଅଭିଯୋଗ ଭିତ୍ତିରେ ଖାରବେଳନଗର ଥାନା ପୁଲିସ ଅଭିଯୁକ୍ତ ଗିରଫ କରିଛି | ଓ ତାକୁ କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ପ୍ରତିଦିନ ପରି ଗତ ଗୁରୁବାର ଅର୍ଥାତ ୨୩ ତାରିଖରେ ତାଙ୍କର କାର ଟିକୁ ଜୟକୃଷ୍ଣ ମାର୍କେଟ ପାଖରେ ପାର୍କ କରି ଘରକୁ ଫେରିଥିଲେ । ପରଦିନ ଅର୍ଥାତ ତା ଶୁକ୍ରବାର ସକାଳ ସମୟରେ ତାଙ୍କର କାରର ପଛ କାଚ ଭଙ୍ଗା ଯାଇ ୪୦,୦୦୦ ଟଙ୍କା ଏବଂ ଗୋଟିଏ ଲାପଟପ ଚୋରୀ ହୋଇଥିବାର ଦେଖିବାକୁ ପାଇଥିଲେ । ଖାରବେଳନଗର ଥାନା ପୁଲିସ ମାମଲାର ତଦନ୍ତ କରି ଅଭିଯୁକ୍ତ ଜଗନ୍ନଥ ପ୍ରସାଦ ଦାସକୁ ବିଶେଷ ସୂତ୍ରରୁ ଖବର ପାଇ ଖାରବେଳନଗର ମସଜିଦ କଲୋନୀରୁ କାବୁ କରି ଥାନାକୁ ଆଣିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଦୋଷ ସ୍ଵୀକାର କରିବା ସହିତ ନିଶା ସେବନ ପାଇଁ ଟଙ୍କା ଆବଶ୍ୟକ ଥିବାରୁ ଏପରି କରିଥିବା ମାନିଥିଲେ । ପୁଲିସ ଅଭିଯୁକ୍ତର ହେପାଜତରୁ ଚୋରୀ ଲାପଟପ ଜବତ କରିଥିବା ସ୍ଥଳେ ଚୋରୀ ଟଙ୍କାକୁ ଅଭିଯୁକ୍ତ ଆତ୍ମସାତ କରିଥିବା ସ୍ଵୀକାର କରିଥିଲେ ।