ଏଣିକି ଚେକ ଉଠାଣ ଦେୟଯୁକ୍ତ ହେବ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ବ୍ୟାଙ୍କ ଚେକର ମାଗଣା ସେବା ଉପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) କଟକଣା ଲଗାଇଛି । ପ୍ରଥମ ଚାରି ଥର ଚେକ୍ ଜରିଆରେ ବ୍ୟାଙ୍କରୁ ଟଙ୍କା ଉଠାଣ ଦେୟମୁକ୍ତ ହେବ । ଏହା ପରେ ଦେୟଯୁକ୍ତ ହେବ।
ପ୍ରତିମାସରେ ବ୍ୟାଙ୍କ ଗୁଡ଼ିକ ଦେୟମୁକ୍ତ ଭାବରେ ଚାରି ଥର ଚେକ୍ ସେବା ଯୋଗାଇ ଦେବ ବୋଲି ଆରବିଆଇ ସ୍ପଷ୍ଟ କରିଛି। ଉଭୟ ସେଭିଂସ୍ ଆକାଉଣ୍ଟ ଓ ଜନ ଧନ ଯୋଜନା ଜରିଆରେ ବ୍ୟାଙ୍କ୍ ଆକାଉଣ୍ଟ ଖୋଲିଥିବା ଗ୍ରାହକ ଏହି ଦେୟଯୁକ୍ତ ସେବା ଅଧିନରେ ରହିବେ ବୋଲି ଜଣାପଡ଼ିଛି। ଏ ନେଇ ଆରବିଆଇ ସମସ୍ତ ଘରୋଇ ଓ ରାଷ୍ଟ୍ରାୟତ ବ୍ୟାଙ୍କକୁ ଅବଗତ କରାଇଥିବା ଜଣାପଡ଼ିଛି।
ପୂର୍ବରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଓ ଆକ୍ସିସ୍ ବ୍ୟାଙ୍କ ତାଙ୍କର ଗ୍ରାହକଙ୍କ ପାଇଁ ପ୍ରତି ମାସରେ ଚାରିଥର ଦେୟମୁକ୍ତ ଚେକ୍ ବୁକ୍ ବ୍ୟବହାର କରି ପାରିବେ ବୋଲି ସର୍ତ୍ତାବଳୀ ଜାରି କରିଥିଲେ। କିନ୍ତୁ ଗ୍ରାହକ ମାନେ ଏହାଠାରୁ ଅଧିକ ଚେକ୍ ବ୍ୟବହାର କରୁଥିଲେ ଦେୟଯୁକ୍ତ ସେବା ଲାଗୁ ହେଉନଥିବା ସୂଚନା ରହିଛି।