ନୂଆଦିଲ୍ଲୀ-: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ବନ୍ଦ ହୋଇଥିବା ଦେଶର ୩୨ଟି ବିମାନବନ୍ଦରକୁ ପୁଣି ଥରେ ବେସାମରିକ ବିମାନ ଉଡ଼ାଣ ପାଇଁ ଖୋଲାଯାଇଛି । ସୋମବାର ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ(ଏଏଆଇ) ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି । ଏଏଆଇ ଏହି ବିମାନ ବନ୍ଦରଗୁଡ଼ିକରେ ତତ୍କାଳ ପ୍ରଭାବ ସହିତ ବିମାନ ଚଳାଚଳ ସ୍ଵାଭାବିକ କରିବା ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛି ।
ସୂଚନାଯୋଗ୍ୟ ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଗତ ସପ୍ତାହରେ ଏହି ୩୨ଟି ବିମାନବନ୍ଦରକୁ ବେସାମରିକ ବିମାନ ଚଳାଚଳ ପାଇଁ ବନ୍ଦ କରିଦିଆଯାଇଥିଲା । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଯୋଗୁଁ, ଶ୍ରୀନଗର ଏବଂ ଅମୃତସର ସମେତ ଉତ୍ତର ଏବଂ ପଶ୍ଚିମ ଭାରତର ୩୨ଟି ବିମାନବନ୍ଦରରୁ ବେସାମରିକ ବିମାନ ଚଳାଚଳକୁ ମେ ୯ ରୁ ମେ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା ।