ବନ୍ୟା ଜଳରେ ବୁଡିଯାଇ ୩ ନାବାଳକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ବନ୍ୟା ପାଣିରେ ଉବୁଟୁବୁ ରାଜଧାନୀ ଦିଲ୍ଲୀ । ବର୍ଷା ଓ ବନ୍ୟା ଜଳ ପାଇଁ ଦିଲ୍ଲୀରେ ଅତି ଗମ୍ଭୀର ସ୍ଥିତି ଉପୁଜିଛି । ଏହାରି ଭିତରେ କିନ୍ତୁ ଯମୁନା ନଦୀ ଜଳସ୍ତର ଧୀରେଧୀରେ ହ୍ରାସ ପାଉଥିଲେ ସୁଦ୍ଧା ଦିଲ୍ଲୀରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ରହିଛି । ଉତର ପଶ୍ଚିମ ଦିଲ୍ଲୀର ମୁକୁନ୍ଦପୁର ନିକଟରେ ଶୁକ୍ରବାର ଦିନ ବନ୍ୟା ଜଳରେ ୩ ଜଣ ନାବାଳକ ବୁଡ଼ି ଯାଇଛନ୍ତି । ସେମାନେ ଗାଧୋଇବାପାଇଁ ପାଣିକୁ ଡେଇଁ ପଡ଼ିବା ଫଳରେ ବୁଡ଼ିଯାଇଥିଲେ ।

 ଜଳସ୍ତର ଆଗକୁ ଆହୁରି କମିବ । ତେବେ ବନ୍ୟା ଜଳ ସୁପ୍ରିମକୋର୍ଟ, ରାଜଘାଟ ସମେତ ଅନେକ ପ୍ରମୁଖ ଅଞ୍ଚଳରେ ପହଞ୍ଚିଛି । ବନ୍ୟା ଜଳ ପାଇଁ ଟ୍ରାଫିକ୍ ସ୍ଥିତି ସାଂଘାତିକ ରୂପ ନେଇଛି ।ରବିବାର ପର୍ଯ୍ୟନ୍ତ ଦିଲ୍ଲୀରେ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି ।