ଭୁବନେଶ୍ବର: ୨୦୨୦-୨୧ ବର୍ଷ ପାଇଁ ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ସମ୍ମାନ ପ୍ରଦାନ କରାଯାଇଛି । ରାଜ୍ୟର ୨୬୩ ଜଣ ପୋଲିସ ଅଧିକାରୀଙ୍କୁ ମିଳିଛି ଏହି ସମ୍ମାନ। ଏହି ୨୬୩ ଅଧିକାରୀଙ୍କ ମଧ୍ୟରୁ ଗତବର୍ଷର ୧୦୦ ଜଣ ମଧ୍ୟ ରହିଛନ୍ତି । ଶୁକ୍ରବାର ପୋଲିସ ଭବନରେ ଆୟୋଜିତ ମହାନିର୍ଦ୍ଦେଶକ ପଦକ ପ୍ରଦାନ ଉତ୍ସବରେ ପୋଲିସ ଡିଜି ଅଭୟ ସମସ୍ତ ମନୋନୀତ ପୁଲିସ କର୍ମଚାରୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି । କରୋନାରେ ସହିଦ ହୋଇଥିବା ୧୭ ପୋଲିସ ଅଧିକାରୀଙ୍କୁ ମଧ୍ୟ ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି । ସହିଦ ପୋଲିସ ଅଧିକାରୀଙ୍କ ପରିବାର ବର୍ଗ ଏହି ପତ୍ର ଗ୍ରହଣ କରିଥିଲେ ।