(ଗୁଜୁରାଟ) : ପୁଣିଥରେ ଗୁଜରାଟରୁ ଚିହ୍ନଟ ହେଲା ଓମିକ୍ରନ ଭାରିଏଣ୍ଟ। ଆଜି ୨ ଜଣଙ୍କ ଶରୀରରୁ ଏହି ଭାରିଏଣ୍ଟ ଠାବ ହେବା ପରେ ସମସ୍ତେ ଭୟବିତ୍ତ ହୋଇପଡିଛନ୍ତି । ଏହି ଦୁଇ ଜଣଙ୍କୁ ମିଶାଇ ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଛୁଇଁଛି ବୋଲି ସୂଚନା ମିଳିଛି ।
ସୂଚନାନୁଯାୟୀ , ଡିସେମ୍ବର ୪ରେ ଜିମ୍ବାୱେରୁ ଫେରିଥିବା ବ୍ୟକ୍ତି ଓମିକ୍ରାନରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିଲା। ଏହି ସମୟରେ ଚିହ୍ନଟ ହୋଇଥିବା ଲୋକଙ୍କ ମଧ୍ୟରୁ ୨ ଜଣଙ୍କ ଶରୀରରୁ ଓମିକ୍ରନ ଠାବ ହୋଇଛି। ଜେନୋମ ସିକ୍ୱେନ୍ସିଂ ପରେ ଏପରି ରିପୋର୍ଟ ଆସିଛି। ଏବେ ପ୍ରଶାସନ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହ ସମସ୍ତ ପ୍ରକାରର ଚିକିତ୍ସା ସେବା ଯୋଗାଇ ଦେଇଛି। ଉଭୟ ସଂପୂର୍ଣ୍ଣ ସୁସ୍ଥ ଥିବା ମଧ୍ୟ ଜଣାପଡ଼ିଛି।