ପ୍ରଥମେ କରୋନା, ପରେ ଦୁଷ୍କର୍ମ ଓ ଶେଷରେ ମୃତ୍ୟୁ

ଭୋପାଳ: ପ୍ରଥମେ ମହିଳା ହେଲେ କରୋନାରେ ଆକ୍ରାନ୍ତ, ପରେ ଚିକିତ୍ସିତ ଥିବା ଅବସ୍ଥାରେ ଦୁଷ୍କର୍ମର ଶିକାର ହେଲେ ୨୪ ଘଣ୍ଟା ମଧ୍ୟରେ ଚାଲିଗଲା ତାଙ୍କ ଜୀବନ । ଏପରି ହୃଦୟବିଦାରକ ଘଟଣା ଘଟିଛି ମଧ୍ୟପ୍ରଦେଶର ଭୋପାଲରେ ଘଟିଛି । ଦୁଷ୍କର୍ମରେ ହସ୍ପିଟାଲର ଜଣେ ପୁରୁଷ ନର୍ସକୁ ଗିରଫ କରାଯାଇଛି ।
ପୁଲିସ ଅନୁଯାୟୀ, ଘଟଣାଟି ଏପ୍ରିଲ ମାସର । ଜଣେ ୪୩ ବର୍ଷୀୟା ମହିଳା କରୋନାରେ ଅ।।କ୍ରାନ୍ତ ହେବା ପରେ ମେମୋରିଆଲ ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରରେ ଭର୍ତ୍ତି ହୋଇଥିଲେ । ଏପ୍ରିଲ ୬ ତାରିଖରେ ତାଙ୍କୁ ହସ୍ପିଟାଲର ଜଣେ ପୁରୁଷ ନର୍ସ ଦୁଷ୍କର୍ମ କରିଥିଲେ । ଏନେଇ ସେ ଡାକ୍ତରଙ୍କ ନିକଟରେ ଅଭିଯୋଗ କରିବା ସହ ଅଭିଯୁକ୍ତକୁ ଚିହ୍ନଟ କରିଥିଲେ । ହେଲେ ଦୁଷ୍କର୍ମ ପରେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ଏହା ପରେ ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ସେହିଦିନ ସଂଧ୍ୟାରେ ମୃତ୍ୟୁ ହୋଇଥିଲା । ଘଟଣାପରେ ଥାନାରେ ଏକ ମାମଲା ରୁଜୁ ହେବା ପରେ ଅଭିଯକ୍ତ ନର୍ସ ସନ୍ତୋଷ ଅହିରବାର (୪୦)କୁ ଗିରଫ କରିଥିଲା ପୁଲିସ ।