(ଦିଲ୍ଲୀ) : ଆସନ୍ତା ବର୍ଷ ଗୁଜରାଟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହି ନିର୍ବାଚନକୁ ନେଇ ଏବେ ବି ରାଜନୈତିକ ଚର୍ଚ୍ଚା ସରଗରମ ହୋଇଛି। ତେବେ ସୋମବାର ଆମ୍ ଆଦମୀ ପାର୍ଟୀର ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲ ଘୋଷଣା କରିଛନ୍ତି ଯେ, ୨୦୨୨ ରେ ଆପ୍ ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲଢିବ। ଅହମ୍ମଦାବାଦରେ ସାମ୍ବାଦିକ ସମ୍ମିଳନୀ ବେଳେ ସେ ଦାବି କରିଥିଲେ ଯେ, ତାଙ୍କ ଦଳର ସମସ୍ତ ପ୍ରାର୍ଥୀ ସମସ୍ତ ଆସନରୁ ନିର୍ବାଚନ ଲଢିବ। ଏହା ପୂର୍ବରୁ ସୋମବାର ନିଜର ଗୁଜରାଟ ଗସ୍ତ ପୂର୍ବରୁ କେଜ୍ରିଓ୍ବାଲ ରବିବାର ଗୁଜରାଟୀ ଭାଷାରେ ଟୁଇଟ କରିଥିଲେ।
હું ગુજરાતના જાણીતા પત્રકાર શ્રી ઇસુદાન ગઢવિજીનું આમ આદમી પાર્ટી પરિવારમાં સ્વાગત કરું છું. મને પૂરો વિશ્વાસ છે કે ઇસુદાન ભાઈએ ગુજરાત માટે જે સપનું જોયું છે તે નિશ્ચિતરૂપે ગુજરાતની જનતા સાથે મળીને પૂરું કરશે.
હવે બદલાશે ગુજરાત. pic.twitter.com/8LDIfZOoGu
— Arvind Kejriwal (@ArvindKejriwal) June 14, 2021
ଏହି ଟୁଇଟ୍ରେ କେଜ୍ରିଓ୍ବାଲ ଲେଖିଥିଲେ, ରାଜ୍ୟରେ ଏବେ ପରିବର୍ତ୍ତନ ହେବ।ମୁଁ କାଲି ଗୁଜରାଟ ଆସୁଛି ଓ ରାଜ୍ୟର ଲୋକଙ୍କୁ ଭେଟିବି। ସେଭଳି ଗୁଜରାଟ ନିର୍ବାଚନରେ ଆପ୍ ପାର୍ଟିଦାର ସମାଜକୁ ମଧ୍ୟ ନିଜ ସାଙ୍ଗରେ ନେବାକୁ ଚାହୁଁଛି। ରବିବାର କାଗଓ୍ବଡର ଖୋଡଲଧାମରେ ପାର୍ଟିଦାର ସମାଜ ମୁଖ୍ୟଙ୍କ ବୈଠକ ହୋଇଥିଲା। ଏହି ବୈଠକରେ ଧାର୍ଯ୍ୟ କରାଯାଇଥିଲା ଯେ,ଯେ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ପାଟିଦାର ହେବା ଦରକାର। ପାଟିଦାର ସମାଜକୁ ସାଙ୍ଗରେ ଆଣିବାକୁ ହାର୍ଦ୍ଦିକ ପଟେଲ ଓ ତାଙ୍କର ନିର୍ବାଚନୀ ଚେହେରାକୁ କେଜ୍ରିଓ୍ବାଲ ବ୍ୟବହାର କରିବାକୁ ଚାହାନ୍ତି।