(ଉଦଳା / ଦୀପକ ମିଶ୍ର ): ସମସ୍ତଙ୍କ ହାତରେ ପୂଜା ସାମଗ୍ରୀ । କିଏ ହାତରେ କଦଳୀ କାନ୍ଧି ଧରିଛି ତ କିଏ ଘରର ନଡ଼ା ପୁଣି ଆଉ କିଏ ହାତରେ ମାନସିକ ନଡ଼ିଆ ଏବଂ ନାଲି କପଡ଼ା ଧରି ଆସିଛି ପୂଜା କରିବାକୁ । କାହିଁକି ନା ମନରେ ରହିଛି ଅନେକ ଆଶା ଓ ବିଶ୍ୱାସ । ଯେ ମାଙ୍କୁ ଯାହା ମାଗିଲେ ମନବାଂଛା ପୂରଣ ହୁଏ । ମାଙ୍କୁ ଡ଼ାକିଲେ ଓହ ବୋଲି କରନ୍ତି । ଆଜି ହେଉଛି ମା ହିଙ୍ଗୁଳାଙ୍କ ଯାତ୍ରା । ଏହି ଅବସରରେ ଚଳଚଂଚଳ ହୋ ଉଠିଛି ମୟୁରଭଞ୍ଜ ଜିଲ୍ଳା ସ୍ଥିତ ଉଦଳାର ବଡ଼ସାହି ବ୍ଲକ ଅଧିନରେ ଥିବା ହିଙ୍ଗୁଳାଙ୍କ ପୀଠ ।
ରୀତିନୀତି ଅନୁସାରେ ମାଘ ପୂର୍ଣ୍ଣିମାରେ ପ୍ରଥମ ମଙ୍ଗଳବାର କିମ୍ବା ଶନିବାର ଦିନ ଏହି ହିଙ୍ଗୁଳା ଉତ୍ସବ ଅନୁଷ୍ଠିତ ହୁଏ । ଏହି ଅବସରରରେ ମନ୍ଦିର ପରିସରରେ ଏକ ବିରାଟ ଯଜ୍ଞ କୁଣ୍ଡରେ ମାଙ୍କ ଉଦ୍ଦେଶ୍ୟରେ ଆସୁଥିବା ଭୋଗ ଏବଂ ପ୍ରସାଦ ସବୁ ପୋଡ଼ାଯାଇଥାଏ । ଯାହାର ଭସ୍କକୁ ମା ଙ୍କ ପୂଜାରେ ମାଙ୍କର ଅଙ୍ଗପ୍ରତ୍ୟଙ୍ଗରେ ଲାଗାଯାଇଥାଏ । ତେଣୁ ଏହି ଅବସରରେ ମାଙ୍କୁ ପୂଜା କଲେ ମା ସବୁ ଶୁଣନ୍ତି । ଏହି ଗୋଟିଏ ଦିନ ମାଙ୍କ ପୂଜା କଲେ ସୁଫଳ ମିଳିଥାଏ । ଯାହାକୁ ନେଇ ବଡ଼ସାହି ସ୍ଥିତ ଏହି ହିଙ୍ଗୁଳା ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ମାଙ୍କୁ ଦର୍ଶନ କରିବା ସହିତ ଆଶିଷ କାମନା କରିଛନ୍ତି ବହୁ ଶ୍ରଦ୍ଧାଳୁ ।
ଏଭଳି ଅବସ୍ଥାରେ ଜନ ସମାଗମକୁ ଆଖି ଆଗରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଏପରିକି ଏହି ଅବସରରେ ମେଳାର ଆୟାଜନ ହୋଇଥିବା ବେଳେ ମେଳାରେ ବହୁ ଦୋକାନ ପସରା ମେଲାଇଛନ୍ତି । ଏହି ମେଳାରେ ଜିଲ୍ଳା ତଥା ରାଜ୍ୟର ବିଭିନ୍ନ ଜିଲ୍ଳଶରୁ ଶ୍ରଦ୍ଧାଳୁମାନେ ଆସି ଯୋଗଦାନ କରିଥାନ୍ତି । ଏହି ହିଙ୍ଗୁଳା ପୀଠରେ ମାହାତ୍ମ୍ୟ ରହିଥିବାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସି ମାଙ୍କ ପୂଜା କରିବା ସହିତ ମାନସିକ କରିଥାନ୍ତି ।