ସୁବର୍ଣ୍ଣପୁର ରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ

(ସୁବର୍ଣ୍ଣପୁର / ଓମ ପ୍ରକାଶ ମିଶ୍ର) : ସେଣ୍ଟ୍ରାଲ ଭିଜିଲାନ୍ସ କମିଶନରଙ୍କ ନିର୍ଦେଶରେ ଦୁର୍ନୀତି ନିବାରଣ ସପ୍ତାହ ଚଳିତ ବର୍ଷ ଅକ୍ଟୋବର ୨୬ ରୁ ନଭେମ୍ବର ୧ ତାରିଖ ପର୍ୟ୍ୟନ୍ତ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ,ଓ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ, ତରଫରୁ ଦୁର୍ନୀତି ନିବାରଣ ସଚେତନତା ନିମନ୍ତେ ଗ୍ରାମସଭା ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ସଭା ଦ୍ୱାରା ଗ୍ରାମ ସ୍ତରରେ ଜନସାଧାରଣ କିପରି ଭାବରେ ଦୁର୍ନୀତିର ମୁକାବିଳା କରିପାରିବେ ତାହା ଉପରେ ବିଷଦ ଆଲୋଚନା କରାଯାଇଥିଲା । ଏହି ଗ୍ରାମସଭାରେ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମକର୍ତ୍ତା ତଥା ଦୁର୍ନୀତି ନିବାରଣ ବିଭାଗର ଆରକ୍ଷୀ ନିରୀକ୍ଷକ ଶ୍ରୀ ତୁଷାର କାନ୍ତ ମହାପାତ୍ର, ଆନନ୍ଦ ଚନ୍ଦ୍ର ମିଶ୍ର ଏ ବି ଡ଼ି ଓ, ସୁଧୀର କୁମାର କର୍ଣ, ପି ଇ ଓ, ଏବଂ ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ । ଦିବସ ପାଳନ ପରିପ୍ରେକ୍ଷୀରେ ଆଜି ଜିଲ୍ଲାର ବିଭିନ୍ନ ବ୍ଲକରେ ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗର ମିଳିତ ଆନୁକୂଲ୍ୟରେ ନିର୍ଦ୍ଧାରିତ କାର୍ୟ୍ୟକ୍ରମ ଅନୁଯାୟୀ ଗ୍ରାମସଭା ମାନ ଅନୁଷ୍ଠିତ କରାଯାଇ ଜନସାଧାରଣଙ୍କୁ ସଚେତନତା କରାଯାଉଛି ।ଏହି କ୍ରମରେ ଆଜି ଡୁଙ୍ଗୁରିପାଲି ବ୍ଲକର ସମଲେଇଚୁଁଆ ଗ୍ରାମ ପଞ୍ଚାୟତ ଠାରେ ଗ୍ରାମ ସଭା ଅନୁଷ୍ଠିତ କରାଯାଇଛି ।