ସାହାର୍ଯ୍ୟର ହାତ ବଢାଇଲେ ଜିଲ୍ଲାପାଳ

(ହିଂଜିଳି କାଟୁ / ରଜନୀ କାନ୍ତ ପାତ୍ର) : ମଙ୍ଗଳ ବାର ମଧ୍ୟାନରେ ମାଟି କାନ୍ଥ ଭୂଷୁଡି ମୃତକଙ୍କ ପରିବାରକୁ ଗଞ୍ଜାମ ଜିଲ୍ଲାପାଳ ଭେଟିଛନ୍ତି। ସେହି ଭଳି ମଧ୍ୟ ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝି ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ପ୍ରକାଶ ଥାଉକି ଗତ ୧୪ ତାରିଖ ଦିନ ବଡଗଡ ଥାନା ରୁଗୁମୁ ପଞ୍ଚାୟତ ରାଶିବାଡି ରାମଚନ୍ଦ୍ରପୁର ଗ୍ରାମରେ ପିଲା ଖେଳୁଥିବା ସମୟରେ କାନ୍ଥ ଭୁଶୁଡି ପଡିଥିଲା । ତେବେ ତିନି ବର୍ଷର ଲିପି ନାୟଙ୍କ ମୃତୁ ହୋଇଥିବା ବେଳେ ୬ ଜଣ ଆହାତ ହୋଇତିବା øପିଲାମାନଙ୍କୁ ଧରାକୋଟରେ ଚିକିତ୍ସି କରିଥିଲେ । ଏହି ଖବର ପ୍ରକାଶିତ ହେବା ପରେ ଜିଲ୍ଲାପାଳ ବିଜୟ ଆମୃତା କୁଲାଙ୍ଗେ ପହଂଚି ମୃତକଙ୍କ ପରିବାରକୁ ୧୫୦୦୦ ଟଙ୍କା ଦେଇ ଅନନ୍ୟ ସରକାରୀ ସହାୟତା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ଆହାତ ପରିବାରଙ୍କୁ ସାକ୍ଷାତ ସମୟରେ ଗ୍ରାମବାସୀ ମାନେ ଘଟଣା ସଂପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ବିଭିନ୍ନ ଅଭିଯୋଗ ଆଣିଥିଲେ। ଆବାସ ଯୋଜନା ଯଦି ଆହାତ ପରିବାର ପାଇଥାନ୍ତେ ଏଭଳି ଘଟଣା ଘଟି ନଥାନ୍ତା। ଅପରପକ୍ଷେ ଲଗାଣ ବର୍ଷା ସମୟରେ ବିପଦ ସଂକୁଳ ପରିବାରକୁ ସୁରକ୍ଷା ସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲେ ଲିପିଙ୍କ ହୁଏତ ମୃତ୍ୟୁ ଘଟି ନଥାନ୍ତା ବୋଲି ଗ୍ରାମ ବାସୀ ଜିଲ୍ଲାପାଳଙ୍କ ଦୃଷ୍ଟି କୁ ନେଇଥିଲେ।