ରାଜ୍ୟରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର):ରାଜ୍ୟରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୧୪୩ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ୧୪୩ ନମ୍ବର ଆକ୍ରାନ୍ତ ବାଲେଶ୍ୱରର ଜିଲ୍ଲାର ବୋଲି ଜଣାପଡିଛି । ଏହି ଆକ୍ରାନ୍ତକୁ ମିଶାଇ ବାଲେଶ୍ୱରରେ ୨୦ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ୩୪ ହଜାର ୧୩୩ ଜଞ ଚଉଜ ଟେଷ୍ଟ ହୋଇ ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୧ ଜଣ ସୁସ୍ଥ ହୋଇ ଥିବାବେଳେ ୧୦୧ଜଣ ଚିକିତ୍ସାଧୀନ ଅଛନ୍ତି । ତେବେ ଜଣଙ୍କର ମୃତ୍ୟୁ ଘଟିଛି।