ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ସ୍ବାସ୍ଥ୍ୟ ଚିକିତ୍ସା ଶିବିର

(ଓମ ପ୍ରକାଶ ମିଶ୍ର / ସୋନପୁର) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଶଙ୍କରା କଲ୍ୟାଣ ମଣ୍ଡପ ଠାରେ ଆଜି ୬୫ଜଣ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ଚିହ୍ନଟ ସହ ତାଙ୍କର ସ୍ବାସ୍ଥ୍ୟ ଚିକିତ୍ସା କରାଯାଇଥିଲା । ସହିଦ ଲକ୍ଷ୍ମଣ ନାୟକ ଭେଷଜ ପ୍ରଫେସର ଡ ଅନନ୍ତ ଚରଣ ମେହେର ଯୋଗଦେଇ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ସ୍ବେଚ୍ଛା ସେବୀ ଅନୁଷ୍ଠାନ ରେଆର ଦ୍ବାରା ବେଶିକ୍ ନିଡ଼୍ ଇଣ୍ଡିଆ ବାଙ୍ଗାଲୋର ସହାୟତାରେ ଏହା ପରିଚାଳିତ ହୋଇଥିଲା ।