ନୂଆଦିଲ୍ଲୀ: ‘ମା’ଙ୍କ କୋଳ ସ୍ୱର୍ଗ । ସଲମାନ ତାଙ୍କ ପରିବାରକୁ ବହୁତ ଭଲ ପାଆନ୍ତି। ସଲମାନ ତାଙ୍କ ବାପା ମାଆଙ୍କର ଅତି ନିକଟତର ରହିଥାନ୍ତି । ତାଙ୍କ ପିତା ସଲିମ ଖାନଙ୍କ ଦ୍ୱିତୀୟ ପତ୍ନୀ ହେଲେନଙ୍କ ସହ ସଲମାନଙ୍କର ମଧ୍ୟ ବହୁତ ଭଲ ସମ୍ପର୍କ ରହିଛି। ବର୍ତ୍ତମାନ ସେ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । କିନ୍ତୁ ଏଥିରୁ ସମୟ ବାହାର କରି ସେ ନିଜ ପରିବାର ସମୟ ବିତାଇବାକୁ ପସନ୍ଦ କରିଛନ୍ତି । ନିକଟରେ ସଲ୍ଲୁ ମା’ ସଲମା ଖାନଙ୍କ ସହ ଏକ ଫଟୋ ସେଆର କରିଛନ୍ତି। ଫଟୋରେ ସେ ମା’ଙ୍କ କୋଳରେ ଶୋଇଥିବାର ନଜର ଆସିଛନ୍ତି।
ଏହି ସମୟରେ, ମା’ ଏବଂ ପୁଅର ମୁହଁରେ ଏକ ସୁନ୍ଦର ହସ ଦେଖିବାକୁ ମିଳୁଛି । ଏହି ଫଟୋ ସହିତ ସଲମାନ ସୁନ୍ଦର କ୍ୟାପସନ ଲେଖିଛନ୍ତି, ‘ମା’ଙ୍କ କୋଳ ସ୍ୱର୍ଗ । ଏହି ଫଟୋକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି।