ବିକଟାଳ ଶବ୍ଦ ବୁଲେଟ ସାଇଲେନ୍ସର ଜବତ୍ ପାଇଁ ଚାଲିଛି ରେଡ୍

ଭୁବନେଶ୍ୱର: ମୋଡିଫକେସନ ସାଇଲେନ୍ସର ସୋ ରୁମରେ ଚଢାଉ । ପୁରୀ କଟକ ରୋଡରେ ଥିବା ସାଇଲେନ୍ସର ଦୋକାନ ଉପରେ ଚଢାଉ କରିଛି କମିଶିନରେଟ୍ ପୋଲିସର ସ୍ପେସାଲ ଟିମ୍ । ଏହି ଚଢାଉ ସମୟରେ ପ୍ରାୟ ୨୭ଟି ସାଇଲେନ୍ସର ଯବତ କରିଛି ଟିମ୍ । ଏହା ପରେ ରାଜଧାନୀରେ ଥିବା ସମସ୍ତ ମେଡିଫିକେସନ ଦୋକାନ ଉପରେ ଚଢାଉ କରିଛି ଏହି ଟିମ୍ ।

ସେହିପରି ପଟିଆ ସ୍ଥିତ ଗୋଟିଏ ସେୟାର ପାର୍ଟସ ସୋରୋମକୁ ଚଢାଉ କରିଛି ଏହି ସ୍ୱତନ୍ତ୍ର ଟିମ । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶରେ ଚାଲିଛି ଚଢାଉ । ସହିଦ ନଗର, ଚନ୍ଦ୍ରଶେଖରପୁର, ଇଫୋସିଟ ଥାନା ସହିତ ଟ୍ରାଫିକ ପୋଲିସର ବରିଷ୍ଠ ଅଧିକାରୀମାନେ ଏହି ରେଡରେ ସାମିଲ ହୋଇଥିଲେ ।

ଆଗରୁ ଏହି ବିକଟାଳ ସବ୍ଦ କରୁଥିବା ବାଇକ ଓ ବୁଲେଟ ଉପରେ ରୋକ ଲଗାଇଲେ କମିସନରେଟ ପୋଲିସ । ଏବେ ସିଧା ସାଇଲେନ୍ସର ବିକ୍ରି ଉପରେ ରୋକ ଲାଗାଇବାକୁ ପୋଲିସ ଉଦ୍ୟମ କରୁଛି ।