(ସୂର୍ୟ୍ୟକାନ୍ତ ବେହେରା / ମାଲକାନଗିରି) : ବିଏସ୍ଏଫ୍ ଏଡିଜି ମାଲକାନଗିରି ଜିଲ୍ଲା ଗସ୍ତକରି ଜିଲ୍ଲାର ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି । ସେ ପ୍ରଥମେ ଜିଲ୍ଲାର ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ହନ୍ତାଳଗୁଡା ଏବଂ ଜାନବାଇ ବିଏସଏଫ କ୍ୟାମ୍ପ ଯାଇ ସେଠାରେ ବରିଷ୍ଠ ଅଧିକାରୀଙ୍କ ସହ ସୁରକ୍ଷା ବ୍ୟବସ୍ତାର ସମୀକ୍ଷା କରିଥିଲେ । ବିଶେଷ କରି ଅଞ୍ଚଳରେ ମାଓ ଦମନ ନେଇ ଆଲୋଚନା କରିବା ସହ ରଣନୀତି ପ୍ରସ୍ତୁତ କରିଥିଲେ । ଶେଷରେ ସେଠାର ସ୍ଥାନୀୟ ଲୋକଙ୍କ ସହ ମଧ୍ୟ ମିଶି ବିଭିନ୍ନ ବିଷୟରେ ଅଲୋଚନା କରିଥିଲେ । ଏହାପରେ ସେ ମାଲକାନଗିରି ଜିଲ୍ଲା ସଦର ମହକୁମାର ଏମଭି-୩ ସ୍ଥିତ ବିଏସଏଫ କ୍ୟାମ୍ପକୁ ଗସ୍ତକରି ସେଠାରେ ମାଲକାନଗିରି ଏସପି ପ୍ରହଲ୍ଲାଦ ସହାଇ ମିନାଙ୍କ ସମେତ ବିଏସଏଫର ଅନ୍ୟ ବରିଷ୍ଟ ଅଧିକାରୀଙ୍କ ସହ ମାଲକାନଗିରିର ସୁରକ୍ଷା ବ୍ୟବସ୍ତା ଉପରେ ସମୀକ୍ଷା କରିଥିଲେ ଜ୍ଝ ଏହି ଗସ୍ତରେ ଏଡିଜି ବିଏସଏଫ ପି.ଭି ରାମାଶାସ୍ତ୍ରୀ, ଆଇଜି ବିଏସ୍ଏଫ୍ ସତୀଶ ଚନ୍ଦ୍ର ବୁଦାକୋଟି, ଡିଆଇଜି(ଓପିଏସ) ଧିରେନ୍ଦ୍ର କୁମାର, ଡିଆଇଜି(ଜି) ବିପୁଳ ବୀର ଗୋସାଇଁ, ବିଏସଏଫ ଡିଆଇଜି କୋରାପୁଟ ମଦନ ଲାଲ, ବିଏସଏଫ ଡିଆଇଜି ମାଲକାନଗିରି ସଞ୍ଜୟ କୁମାର ସିଂ, ୯ମ ବଟାଲିଆନ କମାଣ୍ଡେଣ୍ଟ ଆର.ଏସ. ମିଞ୍ଜ ପ୍ରମୁଖ ଯୋଗ ଦେଇଥିଲେ ।