ପୁଣେ: ବିଳମ୍ବିତ ରାତିରୁ ପୁଣେରେ ଅତ୍ୟାଧିକ ବର୍ଷା ଲାଗି ରହିଛି । ଯାହା ଫଳରେ ରାସ୍ତାଘାଟରେ ଯାନବାହାନ ଯିବା ଅସମ୍ଭବ ହୋଇପଡିଛି । ତଳିଆ ଅଚଂଳଗୁଡିକରେ ଲୋକମାନେ ଫସିରହିଥିଲେ । ସେମାନଙ୍କୁ ଅଗ୍ନିଶମ କର୍ମରାରୀଙ୍କ ଦ୍ୱାରା ଉଦ୍ଧାର କରାଯାଇଛି । ବର୍ଷା ଲାଗି ରହିଥିବା ଯୋଗୁଁ ସଡକ ଜଳମଗ୍ନ ହୋଇ ରହିଛି । ସୂଚନାମୁତାବକ, ଆଜି ମଧ୍ୟ ବର୍ଷା ଲାଗି ରହିବ । ବର୍ଷା ପାଇଁ ରଣଜୀ ସହରର ବିଭିନ୍ନ ଅଚଂଳ ପ୍ରବାଭିତ ହୋଇଛି ।