ପାକିସ୍ତାନରେ ବୋମା ବିସ୍ଫୋରଣ, ୯ଜଣ ପରାକ୍ରମୀ ଯବାନ ସହିଦ

ପାକିସ୍ତାନ: ପାକିସ୍ତାନରେ ବୋମା ବିସ୍ଫୋରଣ, ୯ଜଣ ପରାକ୍ରମୀ ଯବାନ ସହିଦ । ଏଭଳି ଘଟଣା ଘଟିଛି ଗୁରୁବାର ଦିନ । ପାକିସ୍ତାନର ଖୈବର୍-ପଖତୁନଖ୍ବା ଅଞ୍ଚଳରେ ଘଟିଥିବାଏପରି ଘଟଣାରେ ୧୭ଜଣ ଆହତ ହୋଇଥିବା ଜାଣିବାକୁ ମିଳିଛି । ଏହି ଆତ୍ମଘାତୀ ବିସ୍ଫୋରଣ ଘଟଣା ପାଇଁ ଏପର୍ଯ୍ୟନ୍ତ କୌଣସି ସଙ୍ଗଠନ ନିଜକୁ ଦାୟୀ କରି ନଥିବାବେଳେ ପାକିସ୍ତାନୀ ତାଲିବାନ୍ ଏହି ଆକ୍ରମଣ କରିଥାଇ ପାରେ ବୋଲି ସନ୍ଦେହ କରାଯାଉଛି।
ଏକ ମୋଟରସାଇକେଲରେ ଆତ୍ମଘାତୀ ବିସ୍ଫୋରଣକାରୀ ମାଲି ଖେଲ ଅଞ୍ଚଳରେ ସୁରକ୍ଷା ବାହିନୀ କନଭେନକୁ ଧକ୍କା ଦେଇଥିଲା ବୋଲି ପାକିସ୍ତାନୀ ଟେଲିଗ୍ରାଫ ପୋଲିସ ସୂତ୍ରରୁ ପ୍ରକାଶ ପାଇଛି । ‘ଏକ୍ସ’ ଟୁଇଟ୍ କରି ସେ ଲେଖିଛନ୍ତି: ଖୈବର୍-ପଖ୍ତୂନ୍ଖ୍ବାର ବନ୍ନୁ ଡିଭିଜନ୍ରେ ଆତଙ୍କବାଦୀ ଆକ୍ରମଣ ଯୋଗୁଁ ୯ଜଣ ପରାକ୍ରମୀ ଯବାନ ସହିଦ ହୋଇଥିବା ଓ ଆହୁରି ଅନେକ ଆହତ ହୋଇଥିବା ଘଟଣାରେ ମୁଁ ମର୍ମାହତ। ଏଭଳି କାଣ୍ଡ ଅତ୍ୟନ୍ତ ନିନ୍ଦନୀୟ। ସହିଦ ଓ ଆହତଙ୍କ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା। ପାକିସ୍ତାନ ଏଭଳି ଆତଙ୍କବାଦକୁ ଦୃଢ଼ ବିରୋଧ କରୁଛି।