ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ କମିଛି ତାପମାତ୍ରା

ଭୁବନେଶ୍ବର: କମିବ ଝଡର ପ୍ରଭାବ, ବଢିବ ତାତି । ଆଜିଠୁ କମିବ ପଶ୍ଚିମା ଝଡ଼ର ପ୍ରଭାବ । ଆଜି ହାଲୁକା ବର୍ଷା ନେଇ ୧୫ ଜିଲ୍ଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କନାଳ, କନ୍ଧମାଳ, ଗଞ୍ଜାମ, ପୁରୀ, ନୟାଗଡ, ଖୋର୍ଦ୍ଧା ଓ କଟକ ପାଇଁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ତାପମାତ୍ରା କମିଛି । ଆକାଶ ମେଘାଚ୍ଛନ ରହିବା ସହ ଗୁଳୁଗୁଳି ମଧ୍ୟ କମିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିରେ ସର୍ବାଧିକ ୮ ମିଲିମଟର ବର୍ଷା ରେକର୍ଡ କରାଯାଇଛି । ଆସନ୍ତା ପାଞ୍ଚ ଦିନ ପର୍ୟ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ନଥିବା କହିଛି ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ କେନ୍ଦ୍ର ।