ନେହେରୁ ଯୁବ କେନ୍ଦ୍ର ସୋନପୁର ତରଫରୁ ସ୍ୱଚ୍ଛ ଭାରତ କାର୍ୟ୍ୟକ୍ରମ

(ଓମ ପ୍ରକାଶ ମିଶ୍ର / ସୋନପୁର ) : ସ୍ଵାଧିନତାର ଅମୃତ ମହୋତ୍ସବ ଅବସରରେ ଅକ୍ଟୋବର ୧ତାରିଖ ରୁ ଅକ୍ଟୋବର ୩୧ ତାରିଖ ପର୍ୟ୍ୟନ୍ତ ନେହେରୁ ଯୁବ କେନ୍ଦ୍ର ସୋନପୁର ତରଫରୁ ଜିଲ୍ଲାର ବିଭିନ୍ନ ପର୍ୟ୍ୟଟନ ସ୍ଥଳ, ବର ପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥଳ ପରିସର ଗୁଡିକୁ ସଫା ସୁତର ତଥା ପ୍ଲାଷ୍ଟିକ ମୁକ୍ତ ପାଇଁ ସଚେତନ କରାଇବା ସହ ସଫା ସୁତରା କରିଛନ୍ତି । ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଅଧିକାରୀ ଶ୍ରୀ ଏ ଭି ନରସିମହା ଜଣାଇଛନ୍ତି ,ଯେ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ ବର୍ଷବ୍ୟାପି ବିଭିନ୍ନ କାର୍ୟ୍ୟକ୍ରମ ଅନୁଷ୍ଠିତ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ଯୁବ କେନ୍ଦ୍ରର ସମସ୍ତ ବ୍ଲକର ସ୍ବେଛାସେବୀ ମାନେ ସୋନପୁର ସହର ସ୍ଥିତ ବିଭିନ୍ନ ବରପୁତ୍ର ଙ୍କ ପ୍ରତିମୂର୍ତ୍ତି ସ୍ଥଳ, ଭୀମଭୋଇ ସମାଧି ପୀଠ ସ୍ଥଳ ଏବଂ ଅନ୍ୟାନ୍ୟ ପର୍ୟ୍ୟଟନ ସ୍ଥଳ ଗୁଡିକର ସଫେଇ କାର୍ୟ୍ୟକ୍ରମ ଜାରିରଖିଛନ୍ତି । ଏହି କାର୍ୟ୍ୟକ୍ରମ ରେ ଅତିଥିଭାବେ ଶ୍ରୀ ଅଶ୍ବିନୀ କୁମାର ଭୋଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯୋଗ ଦେଇ କହିଛନ୍ତି ଯେ ଏହା ଦ୍ୱାରା ସାରା ଭାରତରେ ସୁସ୍ଥତା ପାଇଁ ଏକ ଆନ୍ଦୋଳନ ସୃଷ୍ଟି ହୋଇପାରିବ ଏଣୁ ଜନ ସାଧାରଣ ଏଥିରେ ସହଯୋଗ କରିବା ସହ ଏହି ମହତ କାର୍ୟ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି । ଦିବସ ବ୍ୟାପି ବିଭିନ୍ନ କାର୍ୟ୍ୟ କୁ ଲେଖା ଓ କାର୍ୟ୍ୟକ୍ରମ ସହାୟକ ବିପିନ ବିହାରୀ ଜେନା ପରିଚାଳନା କରିଥିଲେ ।