(ମୃତ୍ୟୁଞ୍ଜୟ ଭୋଇ)ରିପୋର୍ଟସଟୁଡେ: ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ । ଆଉ ନବୀନ ପଟ୍ଟନାୟକଙ୍କୁ ଅଣ୍ଡାମାଡ କରାଯିବ ବୋଲି ଚେତାବନୀ ଦେଇଛି ଯୁବ କଂଗ୍ରେସ । ଆଜି ଯୁବ କଂଗ୍ରେସ ପକ୍ଷରୁ ଏଭଳି କଡ଼ା ଚେତାବନୀ ଦିଆଯାଇଛି । ଶତାଧିକ ଯୁବ କଂଗ୍ରେସ କର୍ମୀ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବାସଭବନ ଘେରାଉ କରିଥିଲେ । ଶତାଧିକ କଂଗ୍ରେସ କର୍ମୀ ଦିବ୍ୟଶଙ୍କରଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟ ସରକାରଙ୍କ ବିରୋଧରେ ବିଷାଦ୍ଗାର କରି ଟମାଟୋ ମାଡ଼ କରିଛନ୍ତି । ରାଜ୍ୟରେ ବଢ଼ୁଥିବା ମହିଳା ହିଂସା ଓ ପୁରୀ ଗଣଦୁଷ୍କର୍ମ ଘଟଣାକୁ ବିରୋଧ କରି କଂଗ୍ରେସ ଏଭଳି ବିକ୍ଷୋଭ କରିଛି । ମୁଣ୍ଡରେ କଳାପଟି ବାନ୍ଧି ବିଭିନ୍ନ ନାରାବାଜି କରି ପ୍ରତିବାଦ କରିଥିଲେ ବିକ୍ଷୋଭକାରୀ । କଂଗ୍ରେସର ଭୁବନେଶ୍ୱର ମଧ୍ୟ ବଧାୟକ ପ୍ରାର୍ଥୀ ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଘଟଣାରେ ପୋଲିସ ୨୦ ଜଣ ବିକ୍ଷୋଭକାରୀଙ୍କୁ ଗିରଫ କରିଛି ।