ଦୀପାବଳିରେ ମମିତାଙ୍କ ପାଇଁ ଦୀପଟିଏ

(ଓମ ପ୍ରକାଶ ମିଶ୍ର / ସୋନପୁର) ; କଳାହାଣ୍ଡି ଜିଲା ମହାଲିଙ୍ଗ ସ୍ଥିତ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ଅପହରଣ ଓ ହତ୍ୟା ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି। ଏହି ଘଟଣାରେ ମମିତାଙ୍କୁ ନ୍ୟାୟ ଦେବା ପାଇଁ ବିରୋଧୀ ଭାଜପା ଓ କଂଗ୍ରେସ ସୁବର୍ଣ୍ଣପୁରର ସାହିତ୍ୟ, କଳା ଓ ସାଂସ୍କୃତିକ ଦଳ ସମେତ ମେହେର ସମାଜ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ତେବେ ଏହି ଘଟଣାରେ ମମିତାଙ୍କୁ ନ୍ୟାୟ ଦେବା ପାଇଁ ସୁବର୍ଣ୍ଣପୁରର ୫ଟି ପ୍ରମୁଖ ଅଣରାଜନୈତିକ ସଂଗଠନ ଆଗକୁ ଆସିଛି। ମମିତାଙ୍କ ଆତ୍ମାର ସଦ୍ଗତି ପାଇଁ ଦୀପାବଳି ସନ୍ଧ୍ୟାରେ ଦେଶର ଓ ପ୍ରତ୍ୟେକ ଘର ଓ ଅନୁଷ୍ଠାନ ସମ୍ମୁଖରେ ଦୀପ ଜାଳିବାକୁ ସୁବର୍ଣ୍ଣପୁରର ସାହିତ୍ୟ ଅନୁଷ୍ଠାନର କର୍ମକର୍ତ୍ତା ସୂଚନା ଦେଉଛନ୍ତି। ପ୍ରସାଦ ମିଶ୍ର, ପଏରୀ ଅନୁଷ୍ଠାନ ସଭାପତି ଇଡୁକିଶୋର ମଲ୍ଲିକ, ସମ୍ପାଦକ ଚୌଧୁରୀ ବିଭାର ଓ ନାଟ୍ୟଚକ୍ର ଅନୁଷ୍ଠାନର ମନୋଜ ବାରିକ ପ୍ରମୁଖ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏହି ଅନୁରୋଧ କରିଥିଲେ । ସେହିପରି ମହିଳାଙ୍କୁ ସମ୍ମାନ ଓ ସୁରକ୍ଷା ପାଇଁ ଦୀପାବଳି ସନ୍ଧ୍ୟାରେ ସୋନପୁର ବିଜୁ ପଟ୍ଟନାୟକ ଛକରେ ସାମୂହିକ ଦୀପ ଦାନ କରାଯିବ ବୋଲି ସୂଚନା ଦେଇଥିଲେ।