ଜୁନ ୧୭ ପରେ ବାକି ଥିବା ପରୀକ୍ଷା ହେବ, ଉଚ୍ଚଶିକ୍ଷା ମନ୍ତ୍ରୀ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଜୁନ ୧୭ ପରେ ବାକି ଥିବା ବିଷୟ ଗୁଡିକର ପରୀକ୍ଷା ହେବ । ଏ ନେଇ ଆଜି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଘୋଷଣା କରିଛନ୍ତି । କୋରୋନା ପାଇଁ ରାଜ୍ୟରେ ଲକଡାଉନ ଚାଲିଛି । କେବେ ହେବ ବାକିଥିବା ସେମିଷ୍ଠାର ଓ ଏନଟ୍ରାନ୍ସ ଏଥିପାଇଁ ଛାତ୍ର ଛାତ୍ରୀ ଚିନ୍ତାରେ ରହିଛନ୍ତି । ଏଣୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଛୁଟି ସମୟରେ ଘରେ ରହି ପଢା ପଢୀରେ ଧ୍ୟାନ ଦେବାକୁ । କାରଣ ଲକଡାଉନ ଖୋଲିବା ପରେ ପରୀକ୍ଷା ସମ୍ପର୍କରେ ନିଷ୍ପତି ନିଆଯିବ । ଜୁନ ୧୭ ପରେ ଯେ ସମୟରେ ସେମିଷ୍ଟାର, ଏନଟ୍ରାନ୍ସ ଓ ଅନ୍ୟ ପରୀକ୍ଷା କରାଯିବ । ଏଥିପାଇଁ ଏକ ସିଡ୍ୟୁଲ ତିଆରି ହେବ ଓ ସେଥିପାଇଁ କିଛି ଦିନ ପାଇଁ ଅପେକ୍ଷା କରିବାକୁ ପଡିବ । ଏହାର ଭିତରେ ୟୂଜିସି ଏକ ସାତ ଜଣିଆ କମିଟି ଗଠନ କରିଛନ୍ତି । ସେ ରିପୋର୍ଟ ବହୁ ଶିଘ୍ର ଆସିବା ପରେ ଏନଟ୍ରାନ୍ସ ବିଷୟରେ ପଦକ୍ଷେପ ନିଆଯିବ । ସେ ମଧ୍ୟ କହିଛନ୍ତି ଯେ ପିଜି ଏକକ ପ୍ରବେଶିକା ପରୀକ୍ଷାକୁ ନେଇ କୁଳପତିମାନଙ୍କ ସହ ଆଲୋଚନା କରାଯାଇ ନିଷ୍ପତି ନିଆଯିବ । ଏହା ଛଡା ରାଜ୍ୟରେ ଆସନ୍ତା ୨୦ତାରିଖରୁ ଉଚ୍ଚଶିକ୍ଷା ବିଭାଗର ଗ୍ରୃପ-ଏ ଅଫିସରମାନେ ଅଫିସ ଆସିବା ପାଇଁ ବାଧ୍ୟତାମୂଳକ ହୋଇଥିବା ବେଳେ ଗ୍ରୃପ-ସି ଓ ଡି କର୍ମଚାରୀମାନେ ଅଳ୍ପ ସଂଖ୍ୟାରେ ଆସିବାକୁ ନିଷ୍ପତି ହୋଇଛି ।