ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଛାତ୍ରଛାତ୍ରୀ ଓ ଅଭିଭାବକ

(ଓମ ପ୍ରକାଶ ମିଶ୍ର / ସୋନପୁର) ; ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନୀଲ ନରୋୱଣେ ବୀରମହାରାଜ ପୁର ବ୍ଳକର ସୁବଳୟା ଉଚ୍ଚ ବିଦ୍ୟାଳୟର ୫-ଟି କାର୍ୟ୍ୟର ପରିଦର୍ଶନରେ ଆସିଥିବା ବେଳେ ସ୍କୁଲର ଦଶମ ପାସ କରିଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ସ୍କୁଲରୁ ସାର୍ଟିଫିକେଟ ପାଇବାରେ ବିଳମ୍ବକୁ ନେଇ ଅଭିଯୋଗ କରିଛନ୍ତି । କାହିଁକି ଓ କେବେ ସାର୍ଟିଫିକେଟ ଦିଆଯିବ ତଦାରଖ କରାଯାଉ ଏବଂ କେଉଁଠି ତୃଟି ରହିଛି ତାହା ଯାଞ୍ଚ କରି ଶୀଘ୍ର ସାର୍ଟିଫିକେଟ ଦିଆଯିବବୋଲି ପ୍ରଧାନ ଶିକ୍ଷକ ଏବଂ ଅଭିବାବକ ମାନଙ୍କୁ କହିଛନ୍ତି ବୋଲି ଜଣାପଡିଛି । ଏହି ତଦାରଖ କରିବା ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ ସୁଲିଆ ଓ କନିଷ୍ଠ ଯନ୍ତ୍ରୀ ସାମୁଏଲ ଏକ୍କା ମଧ୍ୟ ଉପସ୍ଥିତ ଥିଲେ ।