(ରିପୋଟର୍ସ ଟୁଡେ/ଭୁବନେଶ୍ୱର):ରାଜ୍ୟରେ କୋରୋନା ପରିସ୍ଥିତି ଗମ୍ଭୀର ରୂପ ନେଉଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬୨ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୬୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେବି ୨୯୧ ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି । ୩ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଦୁଇ ଜଣ ଆକ୍ରାନ୍ତ ଭୁବନେଶ୍ୱରର ହୋଇଥିବା ବେଳେ ଆଜି ମୃତ୍ୟୁ ହୋଇଥିବା ଆକ୍ରାନ୍ତଙ୍କ ଘର ଗଞ୍ଜାମ ଜିଲ୍ଲାର । ସେ କ୍ୱାରେଣ୍ଟାଇନରେ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିଭଳି କେବଳ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଗଞ୍ଜାମରେ ୧୧୮ ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ତା ପରେ ଦ୍ୱିତୀୟ ରେ ରହିଛି ଯାଜପୁର-୫୫ ପରେ ଖୋର୍ଦ୍ଧା-୫୦, ବାଲେଶ୍ୱର-୪୨, ଭଦ୍ରକ- ୨୫ , ସୁନ୍ଦରଗଡ-୧୩, ଅନଗୁଳ-୧୩, ମୟୂରଭଞ୍ଜ-୮, କେନ୍ଦ୍ରାପଡା-୮, ଜଗସିଂହପୁର-୫, କେନ୍ଦୁଝର-୨, କଳାହାଣ୍ଡି-୨, ଝାରସୁଗୁଡା-୨, କଟକ-୨, ବଲାଙ୍ଗୀର-୨, ପୁରୀ-୧, ନୟାଗଡ-୧, କୋରୋପୁଟ-୧, ଢେଙ୍କାନାଳ-୧ ଓ ଦେବଗଡ-୧ ରହିଛି ।
ରାଜ୍ୟ ବାହାରୁ ଫେରୁଥିବା ପ୍ରବାସୀଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଉଛି । ସେମାନଙ୍କ ଖାଇବା ରହିବା ସହ ସବୁ ବ୍ୟବସ୍ଥା କରାଯାଇଛି । ହେଲେ କିଛି ଅମାନିଆ କ୍ୱାରେଣ୍ଟାଇନ ସେଣ୍ଟରରୁ ଲୁଚି ପଳାଉଥିବା ବେଳେ କିଛି ପରିବାର ଲୋକ ସମ୍ପର୍କୀୟଙ୍କୁ ଭେଟିବାକୁ କ୍ୱାରେଣ୍ଟାଇନ ସେଣ୍ଟରକୁ ପଳିଆସୁଛିନ୍ତି । ଏହାକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଯେଉଁମାନେ କ୍ୱାରେଣ୍ଟାଇନ ନିୟମ ଉଲଙ୍ଘନ କରିବେ ପ୍ରଶାସନ ପକ୍ଷରୁ ଦୃଢ କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ସେହିଭଳି ଲକ୍ଷଣ ଥିବା ଲୋକଙ୍କୁ ସ୍କ୍ରିନିଂ ପରେ ଅନ୍ୟମାନଙ୍କଠାରୁ ଅଲଗା କରି ତୁରନ୍ତ କୋଭିଡ ହସ୍ପିଟାଲକକୁ ପଠାଯିବ । ତେବେ ଆବଶ୍ୟକ ସଂଖ୍ୟାରେ କୋଭିଡ କେୟାର ସେଣ୍ଟର ନ ଥିଲେ ଖାଲି ଥିବା କ୍ୱାରେଣ୍ଟାଇନ ସେଣ୍ଟରକୁ କୋଭିଡ କେୟାର ସେଣ୍ଟରରେ ପରିଭର୍ତ୍ତନ କରାଯାଇ ପାରିବ ବୋଲି ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତଦାରଖରେ ଏହାକୁ କାର୍ଯ୍ୟକାରୀ କରାଯିବ । ଏହା ସହ ଗର୍ଭବତୀ ମହିଳା,୫ ବର୍ଷରୁ କମ ବୟସର ଶିଶୁ, ଶାରୀରିକ ଓ ମାନସିକ ଭିନ୍ନକ୍ଷମ, ଟ୍ରାଞ୍ଜେଣ୍ଡର, ଓ ୬୦ ବର୍ଷରୁ ଉର୍ଦ୍ଦ ବୟସ୍କ ଲୋକଙ୍କୁ ଅଗ୍ରାଧିକାର ଭାବେ କୋଭିଡ ଟେଷ୍ଟ କରାଯିବ । ଯଦି ପଜେଟିଭ ନ ଥିବ ତାହାଲେ ଆଗେ ସେମାନଙ୍କୁ ଛାଡି ଦିଆଯିବ । ତେବେ କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିବା ଲୋକମାନେ ସାମଜିକ ସୂରତା ବଜାୟ ରଖୁଛନ୍ତି କି ନାହିଁ ଅନୁଧ୍ୟାନ ପାଇଁ ସିସିଟିଭି ଲଗାଯିବ ବୋଲି କହିଛନ୍ତି । ଯେଉଁମାନେ ସେଣ୍ଟରରେ ନିୟମ ଉଲଙ୍ଘନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।