କିଶୋର ଜେନାଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦେଇ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶ୍ୱ ଆଥଲେଟିକ ଚମ୍ପିୟାନସିପରେ ଓଡ଼ିଶା ପାଇଁ ଗୌରବ ଆଣିଥିବା କିଶୋର ଜେନାଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦେଇ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ୱ ଆଥଲେଟିକ ଚମ୍ପିୟାନସିପର ଜାଭଲିନ ଗେମରେ ପ୍ରଥମ ଓଡ଼ିଆ ଭାବେ କିଶୋର ଫାଇନାଲ ଖେଳିବା ଏବଂ ଶ୍ରେଷ୍ଠ ୫ମ ସ୍ଥାନରେ ରହିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜାରି ରହିଛି । କିଶୋର ଜେନା ଭୁବନେଶ୍ୱର ସ୍ପୋର୍ଟ୍ସ ହଷ୍ଟେଲରେ ରହି କ୍ରୀଡ଼ା ଜୀବନ ଆରମ୍ଭ କରିଥିଲେ । ଯେଉଁଠି ସେ ରହି ପ୍ରଶିକ୍ଷଣ ନେଉଥିଲେ । ଆଜି ସେହି ସ୍ପୋର୍ଟ୍ସ ହଷ୍ଟେଲର ଶହ ଶହ ଆଥଲେଟଙ୍କ ଗହଣରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହାରି ଭିତରେ ଆଜି ଓଡ଼ିଶା କ୍ରୀଡା ବିଭାଗ ଦ୍ବାରା କଳିଙ୍ଗ ଷ୍ଟାଡିଅମ ପରିସରରେ କିଶୋରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।