ଓବିସି ଜନଗଣନାକୁ ନେଇ ରାଜ୍ୟସରକାର ରାଜନୀତି କରୁନାହାନ୍ତି

(ସରୋଜ କୁମାର ରାଉତ)ଭୁବନେଶ୍ୱର: ଓବିସି ଜନଗଣନାକୁ ନେଇ ରାଜ୍ୟସରକାର ରାଜନୀତି କରୁନାହାନ୍ତି । ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୫୦ପ୍ରତିଶତରୁ ଅଧିକ ରିଜରଭେସନ ହୋଇପାରିବ ନାହିଁ । ବିରୋଧିଙ୍କୁ ସାଧାରଣ ଜ୍ଞାନ ରହିବା କଥା କି ଜନଗଣନା ହେଲେ ସେହି ଆଧାରରେ ରିଜରଭେସନ ହୁଏ । ରାଜ୍ୟ ସରକାର ଲୋକଙ୍କ ପାଇଁ ଯାହା କରୁଛନ୍ତି ସେଥିରେ ସେମାନେ ଉପକୃତ ହେବେ ବୋଲି ବିଜେଡ଼ି ବିଧାୟକ ଅନନ୍ତ ଦାସ ସୂଚନା ଦେଇଛନ୍ତି ।