ଇ-ଶ୍ରମ ପୋର୍ଟାଲ ପଞ୍ଜୀକରଣରେ ଓଡିଶା ଦ୍ୱିତୀୟ

ଭୁବନେଶ୍ୱର(ରିପୋର୍ଟସ ଟୁଡେ) ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କର ପଞ୍ଜୀକରଣ ଲାଗି କେନ୍ଦ୍ରଶ୍ରମ ଏବଂ ନିୟୋଜନ ମନ୍ତ୍ରାଳୟ ପକ୍ଷରୁ ଅଗଷ୍ଟ ୨୬ରୁ ଆରମ୍ଭ କରାଯାଇଥିବା ଇଶ୍ରମ ପୋର୍ଟାଲକୁ ଉତ୍ସାହଜନକ ସମର୍ଥନ ମିଳିଛି । ଉକ୍ତ ପୋର୍ଟଲରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୩ ଲକ୍ଷ ୧୨ ହଜାର ୯୫ ଜଣ ଶ୍ରମିକ ପଞ୍ଜିକରଣ କରିସାରିଛନ୍ତି । ଓଡ଼ିଶାର ୨୧ ଲକ୍ଷ ୬୯ ହଜାର ୫୫୪ଜଣ ଶ୍ରମିକ ଏଥିରେ ପଞ୍ଜୀକରଣ କରିଛନ୍ତି। ଶ୍ରେଷ୍ଠ ପ୍ରଦର୍ଶନକାରୀ ୧୬ଟି ରାଜ୍ୟ ମଧ୍ୟରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି। ଦେଶରେ ବର୍ତ୍ତମାନ ସୁଦ୍ଧା ପଞ୍ଜୀକରଣ କରିଥିବା ଶ୍ରମିକମାନଙ୍କ ମଧ୍ୟରୁ ୪୩ ପ୍ରତଶିତ ହିତାଧିକାରୀ ମହିଳା ଏବଂ ୫୭ ପ୍ରତଶିତ ଶ୍ରମିକ ପୁରୁଷ ରହଛିନ୍ତି । ପଞ୍ଜୀକରଣ କ୍ଷେତ୍ରରେ ବିହାର ପ୍ରଥମ ସ୍ଥାନ ହାସଲ କରିଛି। ଏହା ପଛକୁ ଓଡ଼ିଶା, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ରହିଛନ୍ତି ।