୧୨୦୨ ଧାନରେ ନନ୍ଦିଘୋଷ ରଥ

ପୁରୀ : ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଦୁଇ ବର୍ଷ ପରେ ଭକ୍ତଙ୍କ ଗ୍ରହଣରେ ଅନୁଷ୍ଠିତ ହେବ ରଥଯାତ୍ରା । ରଥ ଯାତ୍ରାଙ୍କୁ ନେଇ ଭକ୍ତଙ୍କ ମନରେ ନାହିଁ ନ ଥିବା ଉତ୍ସାହ । ଏହି ଅବସରରେ ନଜର ଆସିଛି ଭିନ୍ନ ଏକ ଦୃଶ୍ୟ ।

ପୁରୀ କୁମ୍ଭାରପଡାର ଯୁବକ ଜାବିର ଖାଁ ପ୍ରସ୍ତୁତ କରିଛନ୍ତି ପ୍ରଭୁ ଜଗନ୍ନାଥଙ୍କ ରଥର ଚିତ୍ର, ତାହା ପୁଣି ଧାନରେ । ଏହି ରଥରେ ସମୁଦାୟ ୧୨୦୨ ଟି ଧାନ ବ୍ୟବହାର ହୋଇଛି । ଏଥି ସହ ଜାବିରଙ୍କୁ ୧୯ ଘଣ୍ଟା ସମୟ ଲାଗିଛି ନିର୍ମାଣ କରିବା ପାଇଁ।