(ମଧୂସୁଦନ ବହିଦାର) ବଲାଙ୍ଗୀର : ଆଜି ସକାଳେ ବଲାଙ୍ଗୀର ରେଳ ଷ୍ଟେସନରେ ସୁମନ ମଣ୍ଡଳ ନାମକ ଜଣେ ବ୍ୟକ୍ତି ଏକ ମାଲବାହି ଟ୍ରେନରେ ଆତ୍ମହତ୍ୟା କରିଛନ୍ତି। ମୃତକ ସୁମନ ଓ ତାଙ୍କ ସାଙ୍ଗ ଚାରିଜଣ ଏକ ବାହା ଘରରେ ଯୋଗଦେବା ପାଇଁ ପଶ୍ଚିମବଙ୍ଗ ଅଞ୍ଚଳରୁ ବଲାଙ୍ଗୀର ଆସିଥିବା ଜଣାପଡ଼ିଛି। ମୃତକ ଜଣକ ମାନସିକ ଅନଗ୍ରସର ହୋଇଥିବା ତାଙ୍କ ସାଥିରେ ଆସିଥିବା ସାଙ୍ଗ ମାନେ ସୂଚନା ଦେଇଛନ୍ତି । ସେମାନେ ଗତ ଚାରି ଦିନ ହେବ ଆସିଥିଲେ, ଆଜି ସେମାନେ ଘରକୁ ଫେରିବା ପାଇଁ ରେଳ ଷ୍ଟେସନରେ ଅପେକ୍ଷା କରିଥିବା ସମୟରେ ଦୁର୍ଘଟଣାଟି ଘଟିଥିବା କହିଛନ୍ତି ମୃତକଙ୍କ ସହପାଠୀ । ଘଟଣା ସ୍ଥଳରେ ରେଳ ସୁରକ୍ଷା ପୋଲିସ ଆସି ଶବ ଟିକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି।