(ଓମ ପ୍ରକାଶ ମିଶ୍ର / ସୋନପୁର) ; ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ ବୀରମହାରାଜପୁର ପଣ୍ଡାପାଲି ସ୍ଥିତ ତାଳ ବଣିଆ ଠାରେ ଥିବା ମହାନଦୀ ନେତ୍ର ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସାଂସଦ ଅପରେସନ ଡ୍ୟୁଟରର ନୂତନ ଗୃହ ଶୁଭାରମ୍ଭ କରିଥିଲେ । ୧୨ ଜଣ ଡାକ୍ତର, ଜଣେ ଅଧିକାରୀ, ଷ୍ଟାଫ୍ ନର୍ସଙ୍କୁ ମିଶାଇ ମୋଟ ୯୪ ଜଣ କର୍ମଚାରୀଙ୍କୁ ନେଇ ଚାଲିଥିବା ଡାକ୍ତରଖାନାରେ ମାଗଣାରେ ଆଖି ଅପରେସନ ଓ ବିଦ୍ୟାର୍ଥୀ ମାନଙ୍କୁ ମାଗଣାରେ ଚଷମା ବଣ୍ଟନ କରୁଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ୩୦ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନାରେ ପୁରୁଷ ଓମହିଳା ମାନଙ୍କ ପାଇଁ ସ୍ଵତନ୍ତ୍ର ଶଯ୍ୟାର ବ୍ୟବସ୍ଥା ରହିଥିବା ବେଳେ ଡ଼ାକ୍ତରଖାନାକୁ ୧୦୦ ଶଯ୍ୟା ବିଶିଷ୍ଟ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ପ୍ରକାଶ କରିଥିଲେ । ଏହି ଅବସରରେ ଡ଼ାକ୍ତରଖାନା ପରିଚାଳନା କମିଟିର ସଦସ୍ୟ ରାଧ୍ୟା ରାଜମଣି,ପରିଚାଳନା କମିଟିର ଜି ଗୋପାଳ, ଡାକ୍ତର ଦେବେନ୍ଦ୍ର କୁମାର ସାହୁ, ଜିଲାପରିଷଦ ଅଧକ୍ଷା ଉଷା କୁମାରୀ, ଜିଲା ସଭାପତି ପ୍ରମୋଦ ମହାପାତ୍ର, ସାଂସଦ ପ୍ରତିନିଧି ନଳିନୀ ପଣ୍ଡା, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ କିଶୋର ହୋତା,ବରିଷ୍ଠ ବିଜେପି ନେତା ରଘୁବୀର ପଣିଗ୍ରାହୀ, ବେଣୁଧର ଦାଶ ପ୍ରମୁଖ ଉପସ୍ଥିତ ଥିଲେକ୍ଷ