(ଅଜିତ ସାହୁ)ଜଳେଶ୍ୱର: ପ୍ରଧାନ ଶିକ୍ଷକଙ୍କ ନିଲମ୍ବନ ଓ ବଦଳିକୁ ବିରୋଧ କରି, ରାଜ ରାସ୍ତାକୁ ଓଲ୍ହାଇଲେ ଛାତ୍ରଛାତ୍ରୀ। ଏଭଳି ଅଭାବନିୟ ଦୃଶ୍ୟ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଟାଉନ ହାଇସ୍କୁଲ ପ୍ରାଙ୍ଗଣରେ ଦେଖିବାକୁ ମିଳିଛି।ଜଳେଶ୍ୱର ରେଳ ଫାଟକ ନିକଟରେ ଏକ ନାଲି ଇଟା ବୋଝେଇ କରି ଯାଉଥିବା ଯନ୍ତ୍ର ଚାଳିତ ରିକ୍ସା ଓଲଟି ପଡିବାରୁ ଉକ୍ତ ବିଦ୍ୟାଳୟର ଛାତ୍ର ସବ୍ୟସାଚୀ ବେହେରା ଙ୍କ ମୃତ ଘଟିଥିଲା। ତେବେ ଏନେଇ ମୃତ ଛାତ୍ର ଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ ନଥିଲେବି, ଜିଲା ଶିକ୍ଷା ଅଧିକାରୀ ଜାନୁଆରୀ ୨୦ ତାରିଖ ରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ପାଳ ଙ୍କୁ ନିଲମ୍ବନ ସହିତ ଅନ୍ୟତ୍ର ବଦଳି ପାଇଁ ନିର୍ଦେଶ ଦେଇଥିଲେ। ତେବେ ଉକ୍ତ ଆଦେଶକୁ ପ୍ରତ୍ୟାହାର ଦାବିରେ ପରିଚାଳନା କମିଟି, ଛାତ୍ର ଛାତ୍ରୀ, ଅବିଭାବକ ପକ୍ଷରୁ ସ୍କୁଲ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଧାରଣାକୁ ଆଜି ଚତୁର୍ଥ ଦିନ ପୁରିଥିଲେବି, ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଆନ୍ଦୋଳନ କାରୀଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।ପିଲା ମାନେ ସ୍କୁଲ ଗେଟ୍ ରେ ତାଲା ପକାଇ, ଫ୍ଲାଗକାର୍ଡ ଧରି ଜଳେଶ୍ୱର ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ। ଖବର ପାଇ ଜଳେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କୁ ରାସ୍ତାରୋକରୁ ନିବୃତ ରହିବାକୁ ପରାମର୍ଶ ଦେଇଥିଲେ।ଆସନ୍ତା ୯ ତାରିଖ ଭିତରେ ଉକ୍ତ ନିଲମ୍ବନ ଆଦେଶ ଉପରେ ପ୍ରଶାସନ ପୁନଃ ବିଚାର ବିମର୍ଷ କରିବାପାଇଁ ନିବେଦନ କରାଯିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ତେବେ ଯଦି ପ୍ରସାସନ ବିଚାର ବିମର୍ଷ ନକରେ କି ନିଲମ୍ବନ ନିର୍ଦେଶ କୁ ପ୍ରତିହାର ନକରନ୍ତି, ଅବିଭାବକ ମାନେ ପିଲାଙ୍କୁ ଅନ୍ୟତ୍ର ପଢ଼ାଇବେ, କହିଥିବା ବେଳେ ଆସନ୍ତା ୧୦ ତାରିଖ ଦିନ ଧାରଣା କୁ ଆହୁରି ବ୍ୟାପକ କରାଯିବ । ଆବଶ୍ୟକ ହେଲେ ଜଳେଶ୍ଵର ବନ୍ଦ ଡାକରା ଦିଆଯିବ ବୋଲି ପରିଚଳନା କମିଟି ସଭାପତି ସୁଶାନ୍ତ କୁମାର ଦାସ ଓ ଆଇନଜୀବୀ କୁଞ୍ଜ ବିହାରୀ ଦାସ କହିଛନ୍ତି।