ପୁଣି ପାକିସ୍ତାନର ଦୁଇ ଯୁଦ୍ଧ ବିମାନର ଅନୁପ୍ରବେଶକୁ ପଣ୍ଡ କଲା ସେନା

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଜାମ୍ମୁ କାଶ୍ମୀରର ପୁଞ୍ଚ ଅନ୍ତର୍ଗତ ଏଲଓସିରେ ପାକିସ୍ତାନର ଦୁଇ ଯୁଦ୍ଧ ବିମାନ ଗତ ରାତିରେ ଭାରତ ସୀମାରେ ଦେଖିବାକୁ ମିଳିଥିଲା । ତେବେ ବାୟୁ ସେନା ପାକ୍ର ବିମାନକୁ ତଡିଦେଇଥିଲା । ବାୟୁ ସେନା ପାକିସ୍ତାନର ଏହି ଅନୁପ୍ରବେଶ ଚେଷ୍ଟାକୁ ପଣ୍ଡ କରିଦେଇଥିଲା । ଏହା ପରେ ବାୟୁସେନା ସେଠାରେ ହାଇ ଆଲର୍ଟରେ ରହିଛି । ବିମାନ ତୀବ୍ର ଗତିରେ ଉଡୁଥିଲା ଓ ସାଉଣ୍ଡ ବ୍ୟାରିଅରକୁ ଭାଙ୍ଗି ଦେଇଥିଲା । ଫଳରେ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।
୨୬ ଫେବୃଆରୀ ବାଲାକୋଟ ଆକ୍ରମଣ ପରେ ପାକିସ୍ତାନ ସେନା ଲଗାତର ସିଜଫାୟାର ଉଲ୍ଲଙ୍ଘନ କରିବାରେ ଲାଗିଛି । ଆଜି ପାକିସ୍ତାନ ପୁ’ରେ ସାଜଫାୟାର ଉଲ୍ଲଙ୍ଘନ କରିଛି । ଏହି ସମୟରେ ପାକିସ୍ତାନ ତରଫରୁ ଦୁଇଟି ତୋପ ସେଠାରେ ଥିବା ବ୍ୟବସାୟ କେନ୍ଦ୍ର ଉପରକୁ ପକା ଯାଇଥିଲା । ଏଥିରେ ସ୍ଥାନୀୟ ନାଗରିକଙ୍କର ବହୁ କ୍ଷୟ କ୍ଷତି ହୋଇଛି । ପାକିସ୍ତାନର ଏପରି କାର୍ଯ୍ୟକୁ ଭାରତୀୟ ବାୟୁସେନା ପକ୍ଷରୁ କଡା ଜବାବ ଦିଆଯାଇଛି । ଏହି ଗୁଳିବିନିମୟ କାରଣରୁ ସେଠାରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି ।