ନୀଲାମ ହେଲା ନୀରବ ମୋଦୀଙ୍କ ପେଣ୍ଟିଂ

( ଭୁବନେଶ୍ୱର /ରିପୋର୍ଟସଟୁଡେ): ଆୟକର ବିଭାଗ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ସ୍ୱାମିତ୍ୱ ଥିବା ପେଣ୍ଟିଂକୁ ଗତକାଲି ନିଲାମ କରାଯାଇଛି । ନୀଲାମୀରୁ ୫୯.୩୭ କୋଟି ଟଙ୍କା ମିଳି ପାରିଛି । ବିଭାଗ ମୋଟ ୬୮ ପେଣ୍ଟିଂକୁ ନିଲାମ କରିଛି । ପଂଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ ହଜାର କୋଟି ଟଙ୍କା ନେଇ ନୀରବ ମୋଦୀର ଆୟକର ବିଭାଗରେ ୯୭ କୋଟି ଟଙ୍କା ବାକି ଅଛି । ନୀରବ ମୋଦୀ ଏବେ ଇଂଲଣ୍ଡର ଏକ ଜେଲରେ ବନ୍ଦୀ ଜୀବନ ବିତାଉଛି ।
ଆୟକର ବିଭାଗ ଲାଗି ଏକ ଘରୋଇ କମ୍ପାନୀର ସାହାଯ୍ୟ ନିଆଯାଇଛି । ଏହି କାମ ପାଇଁ କମ୍ପାନୀକୁ କମିଶନ ଦିଆଯିବା ପରେ ବିଭାଗର ଖାତାକୁ ୫୪.୮୪ କୋଟି ଟଙ୍କା ଆସିଛି । ଏହି ପେଣ୍ଟିଂରେ ଜଣାଶୁଣା ଚିତ୍ରଶିଳ୍ପୀ ରବି ବର୍ମା, ଭିଏସ ଗାୟତୋଣ୍ଡେ, ଏଫଏନ ସୁଜା, ଜଗନ ଚୌଧୁରୀ ଏବଂ ଆକବର ପଦ୍ମସୀଙ୍କ କଳାକୃତି ସାମିଲ ଅଛି । ଭିଏସ ଗାୟତୋଣ୍ଡେ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ପେଣ୍ଟିଂର ମୂଲ୍ୟ ୨୫.୨୪ କୋଟି ଟଙ୍କାରେ ବିକ୍ରି ହୋଇଛି । ଏହି ପେଣ୍ଟିଂ ୨୦୧୫ରେ ଏଥିରୁ ଅଧିକ ଟଙ୍କାରେ ତିଆରି ହୋଇଥିଲା ।