(ମୃତ୍ୟୁଞ୍ଜୟ ଭୋଇ)ଭୁବନେଶ୍ୱର: ନୀତି ଆୟୋଗ ଢାଞ୍ଚାରେ ରାଜ୍ୟ ଯୋଜନା ବୋର୍ଡ ପୁନର୍ଗଠନ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ପୂର୍ଣ୍ଣାଙ୍ଗ ରୂପ ନେବା ପର୍ୟ୍ୟାୟରେ କାର୍ୟ୍ୟ ପହଞ୍ଚିଛି । ଏହି ଯୋଜନାରେ କେରଳ ମଡ଼େଲକୁ ଗୁରୁତ୍ୱ ଦିଆଯାଇଛି । ଖବୁଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଯୋଜନା ଓ ସମନ୍ୱୟ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପ୍ରସ୍ତାବ ଯାଇଛି, ନିର୍ଦ୍ଦେଶକୁ ଅପେକ୍ଷା ରହିଛି। ଅନ୍ୟ ରାଜ୍ୟର ଯୋଜନା ବୋର୍ଡକୁ ମଧ୍ୟ ଅନୁଧ୍ୟାନ କରାଯାଉଛି। ବିଶେଷକରି କେରଳ ଢାଞ୍ଚାରେ କରିବାକୁ ପ୍ରସ୍ତାବ ଯାଇଛି ବୋଲି ସେ କହିଛନ୍ତି।