(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲା ସୋରଡା ଡ୍ୟାମରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକ ଜଣକ ବରାଡ଼ି ଗ୍ରାମର ଚନ୍ଦନ ତିଆଡ଼ି ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଯୁବକ ଜଣକ ଗତ ୨ ଦିନ ଧରି ନିଖୋଜ ଥିଲେ । ଆଜି ସନ୍ଧ୍ୟାରେ ସୋରଡ଼ା ଡ୍ୟାମ ମେରାଠି ବାଙ୍କ ନିକଟରେ ଯୁବକଙ୍କ ଶରୀର ପାଣିରେ ଭାସୁଥିବାର ଦେଖି ଲୋକେ ପୋଲିସକୁ ଜଣାଇଥିଲେ । ଘଟଣା ସ୍ଥଳରେ ସୋରଡ଼ା ଥାନା ଅଧିକାରୀ ପହଞ୍ଚି ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଥିଲେ । ଯୁବକ ଜଣକ ଘରୁ ଧରି ଆସିଥିବା ସାଇକଲଟିକୁ ପୋଲିସ ଜବତ କରିଛି । ଶବ ବ୍ୟବଚ୍ଛେଦ ପାଇଁ ସୋରଡ଼ା ପୋଲିସ ମୃତଦେହକୁ ଭଞ୍ଜନଗର ପଠାଇଛନ୍ତି ।